ଓଡିଶା

odisha

ETV Bharat / state

ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ଇ-ଲାଇବ୍ରେରୀ, ଉତ୍ତମ ଭବିଷ୍ୟତ ଗଢୁଛି ପାଠାଗାର - କନ୍ଧମାଳରେ ଇ ଲାଇବ୍ରେରୀ ଲୋକାର୍ପଣ

ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସହାୟକ ହେଉଛି ଇ-ଲାଇବ୍ରେରୀ । କନ୍ଧମାଳ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ବହୁ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ଏହି ଲାଇବ୍ରେରୀ ।

ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବଦ ଇ-ଲାଇବ୍ରେରୀ
ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବଦ ଇ-ଲାଇବ୍ରେରୀ

By ETV Bharat Odisha Team

Published : Oct 7, 2023, 10:22 PM IST

ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବଦ ଇ-ଲାଇବ୍ରେରୀ

ଫୁଲବାଣୀ:ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସହାୟକ ହେଉଛି ଇ-ଲାଇବ୍ରେରୀ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ବହୁ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ଏହି ଲାଇବ୍ରେରୀ । ଏଠାରେ ପାଠ ପଢ଼ି ପ୍ରାୟ 85ରୁ ଅଧିକ ପିଲା ବିଭିନ୍ନ ସରକାରୀ ଚାକିରି ପାଇବାରେ ସଫଳ ହୋଇଛନ୍ତି ।

ତେବେ 2019 ମସିହା ଫେବୃଆରୀ 10 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ଫୁଲବାଣୀରେ ଇ-ଲାଇବ୍ରେରୀର ଲୋକାର୍ପଣ କରିଥିଲେ । ଜିଲ୍ଲାର ଶିକ୍ଷାସ୍ତରରେ ପ୍ରଗତି ଆଣିବା ପାଇଁ ସରକାରଙ୍କ ଦ୍ବାରା ଏଭଳି ଏକ ମହାନ ପଦକ୍ଷପ ନିଆଯାଇଛି। ଯାହାଦ୍ବାରା ଶିକ୍ଷାର୍ଥୀମାନେ ସହଜରେ ପାଠପଢ଼ି ପାରିବେ । ତେବେ ଜିଲ୍ଲାରେ ଅଧିକାଶଂ ପିଲା ଗରିବ ଶ୍ରେଣୀର ରହିଥିବାରୁ ଇ-ଲାଇବ୍ରେରୀଟି ସାମାନଙ୍କ ପାଠ ପଢ଼ାରେ ସହାୟକ ହେବା ସହ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛି । ତେବେ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ଲାଇବ୍ରେରୀଟି ସମାଜର ସବୁବର୍ଗର ପାଠକ, ପାଠିକାମାନଙ୍କ ପାଇଁ ଖୋଲା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ମୁମ୍ବାଇର କରିମି ଲାଇବ୍ରେରୀ ଯେଉଁଠି ରହିଛି ହିନ୍ଦୁ ଧର୍ମଶାସ୍ତ୍ର ଉପରେ ଲିଖିତ ଶହ ଶହ ବର୍ଷର ପ୍ରାଚୀନ ଉର୍ଦ୍ଦୁ ପୁସ୍ତକ

ଏହି ଲାଇବ୍ରେରୀରେ ପାଖାପାଖି 18 ହଜାରରୁ ଊର୍ଦ୍ଧ୍ବ ବହି ରହିଛି । ଯାହା ମଧ୍ୟରେ ସାହିତ୍ୟ ଠାରୁ ଆରମ୍ଭ କରି ପୌରାଣିକପୁସ୍ତକ, ଶବ୍ଦକୋଷ, ଇତିହାସ, ଅର୍ଥଶାସ୍ତ୍ର, ଦର୍ଶନଶାସ୍ତ୍ର, ସଂସ୍କୃତି, ବିଜ୍ଞାନ, କୃଷି ଓ ବୈଷୟିକ ଜୀବନ ଓ ଆତ୍ମଜୀବନୀ ସହ ଅନେକ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପୁସ୍ତକ ଉପଲବ୍ଧ ରହିଛି । ଏହାସହ ଏଠାରେ ଉତ୍ତମ ଇଣ୍ଟରନେଟର ସବୁଧା ସହ କମ୍ପ୍ୟୁଟର ସିଷ୍ଟମ୍ ରହିଛି । ତେବେ ଏଠାରେ ଏକାଥରକେ 100 ଜଣ ପାଠକଙ୍କ ପାଇଁ ଉଭୟ ଅପ୍‌ଲାଇନ୍ ଓ ଅନ୍‌ଲାଇନ୍‌ ମାଧ୍ୟରେ ପାଠ ପଢ଼ିବାର ସୁଯୋଗ ମଧ୍ୟ ରହିଛି।

ପ୍ରତିଦିନ ସକାଳ 10 ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3 ଟାରୁ ରାତି 9ଟା ପର୍ଯ୍ୟନ୍ତ ଏହି ଇ-ଲାଇବ୍ରେରୀ ଖୋଲା ରହିଥାଏ । ଲାଇବ୍ରେରୀରେ ଅଧ୍ୟୟନ ପାଇଁ ପ୍ରବେଶ ଶୁଳ୍କକ ମାତ୍ର 5 ଟଙ୍କା ରଖାଯାଇଛି । ନିୟମିତ ପଞ୍ଜୀକୃତ କାର୍ଡଧାରୀଙ୍କ ପାଇଁ କୋହଳ ଭିତ୍ତିରେ 3 ମାସ ପାଇଁ 150 ଟଙ୍କା, 6 ମାସ ପାଇଁ 300 ଟଙ୍କା ଏବଂ ବାର୍ଷିକ 500ଟଙ୍କାର ଦେୟ ବ୍ୟବସ୍ଥା ରହିଛି । ତେବେ ପାଠକ ପାଠିକାମାନଙ୍କ କହିବା ଅନୁସାରେ, ଯଦି ଏହି ଇ-ଳାଇବ୍ରେରୀ ଭଳି ଆଇ 2 ରୁ 3ଟି ଲାଇବ୍ରେରୀ ଜିଲ୍ଲାରେ ଖୋଲା ଯାଇପାରନ୍ତା ତେବେ ଜିଲ୍ଲାର ଆହୁରି ଅଧିକ ପିଲା ଉପକୃତ ହୋଇପାରନ୍ତେ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details