ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ ନୂତନ ମଟର ଯାନ ଆଇନ କଡାକଡି ଭାବେ ଲାଗୁ କରାଯାଇଛି । ଜିଲ୍ଲା ପୋଲିସ ଅନେକ ସ୍ଥାନରେ ଏହି ଭଳି ନାକା ବନ୍ଦୀ କରି ଯାନବାହାନ ଯାଞ୍ଚ କରୁଛି। ନୂତନ ମଟର ଯାନ ଆଇନ ଲାଗୁ ହେବାପରେ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ କରି ଫାଇନ ଆଦାୟ କରୁଛି । ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ ।
ଏକ ନିର୍ଦ୍ଦିଷ୍ଟ ଯନ୍ତ୍ର (ବ୍ରେଥ ଏନାଲାଇଜର) ମାଧ୍ୟମରେ ପୋଲିସ ମଦୁଆ ଡ୍ରାଇଭର ଚିହ୍ନଟ କରି ଫାଇନ ଆଦାୟ କରୁଛି । ଏକ ଡ୍ରାଇଭର ଠାରୁ 5000 ଟଙ୍କା ଫାଇନ ଆଦାୟ କରାଯାଇଛି । ଟାଉନ ପୋଲିସ ଆଜି ସୁଦ୍ଧା ଏକ ଲକ୍ଷ ଟଙ୍କାରୁ ଅଧିକ ଫାଇନ ଆଦାୟ କରିଛି । ଏହି ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ନରେଶ କୁମାର ସାହୁ ।