ଫୁଲବାଣୀ:ସୀମା ଟପିଲା ଯୌତୁକ ନିର୍ଯାତନା । ଯୌତୁକ ପାଇଁ ଶାଶୁ ଘଟାଇଲା ବର୍ବରକାଣ୍ଡ । ବୋହୂର ହାତ ଆଙ୍ଗୁଠିକୁ କାଟିବାକୁ ପଛାଇଲା ନାହିଁ ଶାଶୁ । ଆଙ୍ଗୁଠି କାଟି ଶରୀରରୁ ଅଲଗା କରିଦେଲା ଯୌତୁକ ଲୋଭି ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପୀଡିତା ମହିଳା ଜଣଙ୍କ ହେଉଛନ୍ତି ଝୁଲଣ ବେହେରା । ଗୁରୁତର ଅବସ୍ଥାରେ ଝୁଲଣାଙ୍କୁ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜିକୁ ଦଶ ବର୍ଷ ପୂର୍ବେ କୃତିବାସ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ ଝୁଲଣ । ଭାବିଥିଲେ ନିଜ ପ୍ରେମକୁ ପାଖରେ ପାଇଁ ଜୀବନ ସାରା ଖୁସିରେ ରହିବେ । କିନ୍ତୁ ସ୍ବାମୀ ଓ ଶାଶୁଙ୍କ ଯୌତୁକ ଲୋଭ ଯୋଗୁଁ ଝୁଲଣଙ୍କ ଖୁସିରେ ବଞ୍ଚିବାର ସ୍ବପ୍ନ ମଳିନ ପଡିଗଲା । ପ୍ରେମ ବିବାହ ପରେ ସ୍ବାମୀ ଓ ଶାଶୁଙ୍କୁ ଘାରିଲା ଯୌତୁକ ପାଇବାର ନିଶା । ଏଥିପାଇଁ ବାରମ୍ବାର ସ୍ୱାମୀ ଓ ଶାଶୁ ମିଶି ଝୁଲଣକୁ ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ଆଜି ସୀମା ଟପିଥିଲା ଯୌତୁକ ନିର୍ଯାତନା ।
ଏହା ମଧ୍ୟ ପଢନ୍ତୁ:ଜୁନିୟର ଛାତ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ମାଡ ମାରିଲେ ସିନିୟର, ଭିଡିଓ ଭାଇରାଲ