ଓଡିଶା

odisha

ETV Bharat / state

ମାଓ ପ୍ରବଣ ଅଞ୍ଚଳ ନିର୍ମାଣାଧୀନ CRPF କ୍ୟାମ୍ପ ଗସ୍ତରେ DGP ସୁନୀଲ ବଂଶଲ - ଡିଜିପି ସୁନୀଲ ବଂଶଲ କନ୍ଧମାଳ ଗସ୍ତ

ଡିଜିପି ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ଲଙ୍କାଗଡରେ ନିର୍ମାଣାଧୀନ ସିଆରପିଏଫ କ୍ୟାମ୍ପକୁ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ମାଓ ପ୍ରବଣ ଅଞ୍ଚଳ ନିର୍ମାଣାଧିନ CRPF କ୍ୟାମ୍ପ ଗସ୍ତରେ DGP ସୁନୀଲ ବଂଶଲ
ମାଓ ପ୍ରବଣ ଅଞ୍ଚଳ ନିର୍ମାଣାଧିନ CRPF କ୍ୟାମ୍ପ ଗସ୍ତରେ DGP ସୁନୀଲ ବଂଶଲ

By

Published : Jun 2, 2022, 10:44 PM IST

ଫୁଲବାଣୀ: ଡିଜିପି ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ଲଙ୍କାଗଡରେ ନିର୍ମାଣାଧୀନ ସିଆରପିଏଫ କ୍ୟାମ୍ପକୁ ପରିଦର୍ଶନ କରିଛନ୍ତି । ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଶାଢୀ, କମଳ, ଚଦର, ଟିସାର୍ଟ ସହ ବହୁ ଖେଳ ସାମଗ୍ରୀ ବଣ୍ଟନ କରିଛନ୍ତି । ମାଓ ପ୍ରବଣ ଆଞ୍ଚଳ ଭାବେ ଜଣାଶୁଣା ଥିବା ଲଙ୍କାଗଡକୁ ପରିଦର୍ଶନ ପରେ କ୍ୟାମ୍ପରେ ନିୟୋଜିତ ଥିବା ସିଆରପିଏଫ ଓ ଏସଓଜି ଯବାନଙ୍କ ସହ ମାଓ ଗତିବିଧି ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ମାଓବାଦୀ ମାନଙ୍କୁ କିଭଳି ମୂଳୋତ୍ପାଟନ କରାଯାଇପାରିବ ସେନେଇ ଗୁରୁତ୍ଵାରୋପ କରିଥିଲେ ଏବଂ ତୁରନ୍ତ ମାଓ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥିଲେ ଡିଜିପି ସୁନୀଲ ।

ମାଓ ପ୍ରବଣ ଅଞ୍ଚଳ ନିର୍ମାଣାଧିନ CRPF କ୍ୟାମ୍ପ ଗସ୍ତରେ DGP ସୁନୀଲ ବଂଶଲ

ପୂର୍ବରୁ ଲଙ୍କାଗଡ ନିକଟ ଭଣ୍ଡାରଙ୍ଗୀ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ଏବଂ ତାଙ୍କ ସହୋଯଗୀଙ୍କୁ ମାଓବାଦୀ ମାନେ ଘରୁ ଉଠାଇ ନେଇ ହତ୍ୟା କରିଥିଲେ ଏବଂ ଉକ୍ତ ଅଞ୍ଚଳରେ ମାଓବାଦୀ ସକ୍ରିୟ ରହୁଥିବା ନଜିର ରହିଛି । ଏହି ଗସ୍ତରେ ଡିଜିପି ସୁନୀଲ ବଂଶଲଙ୍କ ସହ ଡିଜିପି ଆର.କେ ଶୋରାନ, ଆଇଜିପି ଅପରେଶନ ଅମିତାଭ ଠାକୁର, ଆଇଜିପି ଦକ୍ଷିଣାଞ୍ଚଳ ସତ୍ୟବ୍ରତ ଭୋଳ, ଡିଆଇଜି ଅନିରୁଦ୍ଧ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details