ଓଡିଶା

odisha

ETV Bharat / state

ସଟଡାଉନରେ ମିଳୁନାହିଁ ମୁଠାଏ ଖାଦ୍ୟ, ଭୋକିଲା ପେଟରେ ବୁଲୁଛନ୍ତି ଅସହାୟ - ଭୋକିଲା ପେଟରେ ବୁଲୁଛନ୍ତି ଅସହାୟ

କନ୍ଧମାଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଯୋଗୁଁ ବଢିଯାଇଛି ଅସହାୟ ଲୋକଙ୍କ ଦୁର୍ଦ୍ଦଶା । ମୁଠାଏ ଖାଦ୍ୟ ପାଇଁ ସହରସାରା ଘୁରି ବୁଲୁଛନ୍ତି ଏମାନେ । ଅଧିକ ପଢନ୍ତୁ...

ସଟଡାଉନରେ ମିଳୁନାହିଁ ମୁଠାଏ ଖାଦ୍ୟ, ଭୋକିଲା ପେଟରେ ବୁଲୁଛନ୍ତି ଅସହାୟ
ସଟଡାଉନରେ ମିଳୁନାହିଁ ମୁଠାଏ ଖାଦ୍ୟ, ଭୋକିଲା ପେଟରେ ବୁଲୁଛନ୍ତି ଅସହାୟ

By

Published : Jul 13, 2020, 1:53 AM IST

ଫୁଲବାଣୀ: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । କୋରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଜିଲ୍ଲା ପରି କନ୍ଧମାଳରେ ମଧ୍ୟ ସାପ୍ତାହିକ ସଟଡାଉନ କରାଯାଇଛି । ଶନିବାର ଓ ରବିବାର ଦୁଇ ଦିନ ସମ୍ପୂର୍ଣ୍ଣ ଜିଲ୍ଲା ସଟଡାଉନ ରହୁଥିବାବେଳେ ଏହି ସମୟରେ ଅସହାୟ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ମୁଠାଏ ଖାଦ୍ୟ ପାଇଁ ସହରସାରା ଘୁରି ବୁଲୁଛନ୍ତି ଏମାନେ ।

ସଟଡାଉନରେ ମିଳୁନାହିଁ ମୁଠାଏ ଖାଦ୍ୟ, ଭୋକିଲା ପେଟରେ ବୁଲୁଛନ୍ତି ଅସହାୟ

ଫୁଲବାଣୀ ସମେତ ବାଲିଗୁଡା, ରାଇକିଆ, ଦାରିଙ୍ଗବାଡି, ତୁମୁଡିବନ୍ଧ, କୋଟଗଡ, ଟିକାବାଲି ଆଦି ଅଞ୍ଚଳରେ ସଟଡାଉନର ସମ୍ପୂର୍ଣ୍ଣ ପ୍ରଭାବ ପଡିଛି । ରାସ୍ତାଘାଟ ସବୁ ଶୂନଶାନ ହୋଇପଡିଥିବାବେଳେ ଦୋକାନ ବଜାର ଓ ହୋଟେଲ ସବୁ ବନ୍ଦ ରହିଛି । ଫଳରେ ରାସ୍ତାରେ ବୁଲିଥିବା ନିଃସହାୟ ଲୋକେ ଖାଦ୍ୟ ଅଭାବରୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଏମାନଙ୍କ ପେଟକୁ ମୁଠାଏ ଦାନା ପାଇଁ କେହି ମଧ୍ୟ ଆଗକୁ ଆସୁନାହାନ୍ତି । ଜିଲ୍ଲାରେ ଶତାଧିକ ଅସହାୟ ଭୋକିଲା ପେଟେରେ ଏପରି ଘୁରି ବୁଲୁଛନ୍ତି । ଲକଡାଉନରେ ଦିଆଯାଉଥିବା ସୁବିଧା ଏହି ଅସହାୟ ଲୋକଙ୍କୁ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ବେଛାସେବୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details