ଫୁଲବାଣୀ: ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଯୋଗ୍ୟ ଘୋଷିତ । ଅଧ୍ୟକ୍ଷା ଶୁଭେନତ୍ରୀ ପ୍ରଧାନଙ୍କୁ ଆଜି(ମଙ୍ଗଳବାର) ଜିଲ୍ଲା ଜଜ ଅଯୋଗ୍ୟ ଘୋଷଣା କରିଛନ୍ତି । 2 ରୁ ଅଧିକ ସନ୍ତାନ ଥିବା ମାମଲାରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହିତ ତାଙ୍କ ସଭ୍ୟପଦ ମଧ୍ୟ ରଦ୍ଦ କରିଛନ୍ତି ।
ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଯୋଗ୍ୟ ଘୋଷିତ - daringibadi Block chairman disqualified
ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଯୋଗ୍ୟ ଘୋଷିତ । ଅଧ୍ୟକ୍ଷା ଶୁଭେନତ୍ରୀ ପ୍ରଧାନଙ୍କୁ ଆଜି(ମଙ୍ଗଳବାର) ଜିଲ୍ଲା ଜଜ ଅଯୋଗ୍ୟ ଘୋଷଣା କରିଛନ୍ତି । 2 ରୁ ଅଧିକ ସନ୍ତାନ ଥିବା ମାମଲାରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହିତ ତାଙ୍କ ସଭ୍ୟପଦ ମଧ୍ୟ ରଦ୍ଦ କରିଛନ୍ତି ।
ଡିଜାଇନ ଫଟୋ
ଫଳରେ ଅଧ୍ୟକ୍ଷା ପଦ ହରାଇଛନ୍ତି ସେ । 2017ରେ ନିର୍ବାଚନ ପରେ ତାଜୁଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ରୁଦା ମଲିକ ତାଙ୍କ ବିରୋଧରେ ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ । ଆଇନ ଅନୁସାରେ 21/4/95 ପରେ 2ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ ବୋଲି ଥିବାବେଳେ ତାଙ୍କର 6ଟି ସନ୍ତାନ ଥିବା ଜଣାପଡିଥିଲା । ଫଳରେ କୋର୍ଟ ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ