ଫୁଲବାଣୀ: ମଙ୍ଗଳବାର ଠାରୁ ଜିଲ୍ଲାରେ ଜାରି ହୋଇଛି ରାତ୍ରିକାଳୀନ କର୍ଫ୍ଯୁ । ସନ୍ଧ୍ୟା 7 ଟାରୁ ସକାଳ 7ଟା ଯାଏଁ କର୍ଫ୍ଯୁ ଜାରି କରିଛନ୍ତି ଜିଲ୍ଲାପାଳ ।
କନ୍ଧମାଳରେ ସୋମବାର 2 ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାକୁ ବିଭିନ୍ନ ରାଜ୍ଯରୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ସୁରକ୍ଷା ପାଇଁ କର୍ଫ୍ଯୁ ଜାରି କରିଛନ୍ତି ଜିଲ୍ଲାପାଳ ବୃନ୍ଦା ଡି । ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । କେବଳ ଜରୁରୀକାଳୀନ ବ୍ଯବସ୍ଥାକୁ ବାଦ ଦିଆଯାଇଛି ।