ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାବୁରିଆ ସାରଡମାହା ଗ୍ରାମରେ ସାଂସ୍କୃତିକ କଳା ପରିଷଦ, ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ ଓ କ୍ରାଉନ୍ସ ଇଣ୍ଡିଆ ପକ୍ଷରୁ ଲୋକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ଦକ୍ଷିଣ ଓଡିଶାର କୋଣ ଅନୁକୋଣରୁ ବହୁ କଳା ସଙ୍ଗଠନର କଳାକାର ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅତିଥିମାନଙ୍କ ପକ୍ଷରୁ ସେମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମମତା ମଞ୍ଜରୀ ପ୍ରଧାନ, ସଂସ୍କୃତିକ କଳା ପରିଷଦର ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ମୁଖ୍ୟ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା, ନାଟ୍ୟକାର ପ୍ରଫୁଲ୍ଲ ବେହେରା, ପାରମ୍ପରିକ ଲୋକ କଳାକାର ସଙ୍ଘର ଜିଲ୍ଲା ସଭାପତି ଅକ୍ଷୟ କର୍ଣ, କ୍ରାଉନ୍ସ ଇଣ୍ଡିଆ ଟ୍ରଷ୍ଟର ମୁଖ୍ୟ ବିଜୁ ପ୍ରଧାନ, ସୁପ୍ରିୟା ଡିଗାଲ, ବୀରନ୍ଦ୍ର କହଁର ଓ ବାରଟି ବ୍ଲକ କଳାସଂସ୍କୃତି ସଙ୍ଘର ଉପସଭାପତି ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।