ଓଡିଶା

odisha

ETV Bharat / state

ସୁରକ୍ଷା ବହିନୀର ତଲାସି ବେଳେ ଧରାପଡ଼ିଲେ ୧୧ ସନ୍ଦିଗ୍ଧ, ପଚରାଉଚରା କରି ଛାଡ଼ିଲା CRPF - ସିଆର୍‌ପିଏଫ୍‌ ଯବାନଙ୍କ ତଲାସି ଅଭିଯାନ

କନ୍ଧମାଳରେ ସୁରକ୍ଷା ବହିନୀର ତଲାସି ଜୋରସୋରରେ ଚାଲିଛି । କୁମ୍ବିଂ ଅପରେସନ ବେଳେ ୧୧ ଜଣ ସନ୍ଦିଗ୍ଧଙ୍କୁ ଧରିଲା CRPF । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ପରେ ପଚରାଉଚରା କରି ସେମାନଙ୍କୁ ଛାଡ଼ି ଦିଆଯାଇଛି । ଅଧିକ ପଢ଼ନ୍ତୁ

ସୁରକ୍ଷା ବହିନୀର ତଲାସି ବେଳେ ଧରାପଡ଼ିଲେ ୧୧ ସନ୍ଦିଗ୍ଧ
ସୁରକ୍ଷା ବହିନୀର ତଲାସି ବେଳେ ଧରାପଡ଼ିଲେ ୧୧ ସନ୍ଦିଗ୍ଧ

By

Published : Mar 21, 2023, 6:58 AM IST

ଫୁଲବାଣୀ: ଜଙ୍ଗଲରେ ଚାଲିଥିଲା ସୁରକ୍ଷା ବହିନୀର କୁମ୍ବିଂ ଅପରେସନ । ଏହି ସମୟରେ ବନ୍ଧୁକ ଧରିଥିବା କିଛି ଲୋକେ ସୁରକ୍ଷା ବାହିନୀକୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଯବାନଙ୍କ ହାତରେ ଧରାପଡ଼ିଲେ । ତେବେ ମାଓପ୍ରବଣ କୋଟଗଡ ବୁକରେ CRPF ଯବାନଙ୍କ ତଲାସି ଅଭିଯାନ (କୁମ୍ବିଂ ଅପରେସନ) ବେଳେ ୧୧ ଜଣ ସନ୍ଦିଗ୍ଧ ଧରାପଡିଥିଲେ । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ସିଆର୍‌ପିଏଫ୍‌ । ପରବର୍ତ୍ତୀ ସମୟରେ ସେମାନେ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକ ବୋଲି ଜଣା ପଡ଼ିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ସିଆର୍‌ପିଏଫ୍‌ ଯବାନ ମାନେ ନିଜର ଦୈନିକ କାର୍ଯ୍ୟସାରଣୀ ଅନୁସାରେ ସୋମବାର ମଧ୍ୟ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ମାଦାଗୁଡା ପଞ୍ଚାୟତର ଝରିଘାଟି ଗାଁ ନିକଟସ୍ଥ ବୁଢ଼ା ପାହାଡ଼ରେ କୁମ୍ବିଂ ଅପରେସନ ଜାରି ରଖିଥିଲେ । ସେହି ସମୟରେ ଯବାନଙ୍କୁ ଦେଖି ଦେଶୀ ବନ୍ଧୁକଧାରୀ କେତେକ ଲୋକ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଯବାନମାନେ କୌଶଳକ୍ରମେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏହା ସହିତ ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ, ୩ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଞ୍ଜକ, ହେଡ୍‌ ଟର୍ଚ୍ଚ ଲାଇଟ, ଥାଳି ଓ ୨ଟି ମୋବାଇଲ ଫୋନ ଜବତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କଳାହାଣ୍ଡିରେ କମୁନି ଦାଦନ ଦୁଃଖ, ଆତ୍ମୀୟଙ୍କୁ ହରାଇ କାନ୍ଦୁଛି ପରିବାର

ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅଟକ ସନ୍ଦିଗ୍ଧମାନେ କେଉଁ ପରିସ୍ଥିତିରେ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲରେ ବୁଲୁଥୁଲେ ଏବଂ ମାଓ ସଙ୍ଗଠନ ସହ ସେମାନଙ୍କର ସମ୍ପର୍କ ରହିଛି ନା ନାହିଁ, କିମ୍ବା ସେମାନେ ଅନ୍ୟ କିଛି କାରଣ ପାଇଁ ଅସ୍ତ୍ରଶସ୍ତ୍ର ସହ ଜଙ୍ଗଲକୁ ଯାଇଥିଲେ, ସେ ସମ୍ପର୍କରେ CRPF ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା । ତେବେ ଅଟକ ରହିଥିବା ୧୧ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଥିବା ସୂଚନା ମିଳିଛି । ସେମାନେ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, କୋଟଗଡ ଅଞ୍ଚଳରେ ବିଜିଏନ (ବାସାଧରା-ଘୁମୁସର-ନାଗାବଳୀ) ଡିଭିଜନ କାମ କରୁଥିବା ସୂଚନା ରହିଛି । ତେବେ ପୂର୍ବରୁ କୋଟଗଡ ଥାନା ଅଞ୍ଚଳର ଜଣେ ବ୍ୟବସାୟଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଏହା ପରଠାରୁ ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details