ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି CRPF ଅତିରିକ୍ତ ମହାନିର୍ଦ୍ଦେଶକ ନୀତିନ ଅଗ୍ରୱାଲ । ଶୁକ୍ରବାର ସକାଳେ ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିଲେ CRPF ADGP ନୀତିନ ଅଗ୍ରୱାଲ । ଏହାପରେ ସେ ଗୋଚ୍ଛାପଡା ଥାନା ଅଞ୍ଚଳରେ ୧୨୭ CRPF ବାଟାଲିୟନକୁ ଆସିଥିଲେ । ଯବାନ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।
କନ୍ଧମାଳରେ ମାଓ ସ୍ଥିିତିର ସମୀକ୍ଷା କଲେ CRPF ADGP - CRPF ADGPଙ୍କ କନ୍ଧମାଳ ଗସ୍ତ
କନ୍ଧମାଳ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି CRPF ଅତିରିକ୍ତ ମହାନିର୍ଦ୍ଦେଶକ ନୀତିନ ଅଗ୍ରୱାଲ । ଶୁକ୍ରବାର ସକାଳେ ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିଲେ CRPF ADGP ନୀତିନ ଅଗ୍ରୱାଲ । ଅଧିକ ପଢ଼ନ୍ତୁ
CRPF ADGP ନୀତିନ ଅଗ୍ରୱାଲ ୧୨୭ CRPF ବାଟାଲିୟନରେ କ୍ୟାମ୍ପ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ବୈଠକରେ ମାଓ ସ୍ଥିତିର ସମୀକ୍ଷା କରିବା ସହ ମାଓ ବିରୋଧୀ ଅପରେସନକୁ କିଭଳି ତ୍ବରାନ୍ବିତ କରାଯାଇ ପାରିବ ତାହାକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ତାସହ କ୍ୟାମ୍ପରେ ଯବାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ CRPF ADGP ନୀତିନ ଅଗ୍ରୱାଲ ।
ମାଓ ପ୍ରବଣ ଅଞ୍ଚଳରେ ରହୁଥିବା ଯବାନଙ୍କ ମନବୋଳ ସୁଦୃଢ଼ କରିଥିଲେ ଏଡିଜି ଅଗ୍ରୱାଲ । ADGଙ୍କ ଏହି ଗସ୍ତ ସମୟରେ ଗୋଚ୍ଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ବାଲିଗୁଡା SDPO ଜି. ରାଘବେନ୍ଦ୍ର. CRPF IG ଏ.କେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।