ଓଡିଶା

odisha

ETV Bharat / state

କୋର୍ଟର ସିରସ୍ତଦାରଙ୍କ କୋରୋନାରେ ମୃତ୍ୟୁ; କୋର୍ଟ କାମ ବନ୍ଦ - court employee

କନ୍ଧମାଳ ଜିଲ୍ଲା କୋର୍ଟ ସହିତ ଅନ୍ୟ ଅଧସ୍ତନ କୋର୍ଟରେ ଆସନ୍ତା ସାତ ଦିନ ପାଇଁ କାର୍ଯ୍ୟ ବନ୍ଦ କରାଯାଇଛି। ଜିଲ୍ଲା କୋର୍ଟର ସିରସ୍ତଦାରଙ୍କ କୋରୋନାରେ ମୃତ୍ୟୁ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଧିକ ଖବର ପଢନ୍ତୁ...

କୋର୍ଟର ସିରସ୍ତଦାରଙ୍କ କୋରୋନାରେ ମୃତ୍ୟୁ; କୋର୍ଟ କାମ ବନ୍ଦ
କୋର୍ଟର ସିରସ୍ତଦାରଙ୍କ କୋରୋନାରେ ମୃତ୍ୟୁ; କୋର୍ଟ କାମ ବନ୍ଦ

By

Published : Aug 27, 2020, 10:34 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋର୍ଟ ସହିତ ଅନ୍ୟ ଅଧସ୍ତନ କୋର୍ଟରେ ଆସନ୍ତା ସାତ ଦିନ ପାଇଁ କାର୍ଯ୍ୟ ବନ୍ଦ କରାଯାଇଛି। ଜିଲ୍ଲା କୋର୍ଟର ସିରସ୍ତଦାରଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଏହା ସହ କିଛି ଆଇନଜୀବୀ ଓ କର୍ମଚାରୀଙ୍କ ପରିବାର ଆକ୍ରାନ୍ତ ହେବା ପରେ ଜିଲ୍ଲା ବାର ଆସୋସିଏସନର ନିଷ୍ପତ୍ତି ପ୍ରକାରେ କୋର୍ଟ କାମ ବନ୍ଦ କରାଯାଇଛି। ଫୁଲବାଣୀ ଜିଲ୍ଲା କୋର୍ଟ ଓ ଛକକୁ କଣ୍ଟେନମେଣ୍ଟ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି ବାର ଆସୋସିଏସନ।

କୋର୍ଟର ସିରସ୍ତଦାରଙ୍କ କୋରୋନାରେ ମୃତ୍ୟୁ; କୋର୍ଟ କାମ ବନ୍ଦ

ଫୁଲବାଣୀ ଜିଲ୍ଲା ଦୌରା ଜଜ କୋର୍ଟର ସିରସ୍ତଦାର ଚିତ୍ତରଞ୍ଜନ ପାତ୍ରଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ଫୁଲବାଣୀ କୋର୍ଟର କିଛି ଆଇନଜୀବୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କେତେକ କୋର୍ଟ କର୍ମଚାରୀଙ୍କ ପରିବାର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେଥିପାଇଁ ଆଜି ଜିଲ୍ଲା ବାର ଆସୋସିଏସନର ସ୍ବତନ୍ତ୍ର କମିଟି ବୈଠକରେ ଆସନ୍ତା ସାତ ଦିନ କୋର୍ଟ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ କୋର୍ଟକୁ ଜଣାଇ ଦିଆଯାଇଥିଲା । ସେପ୍ଟେମ୍ବର 2 ଯାଏଁ ସମସ୍ତ କାମ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲା କୋର୍ଟ ଓ ସଂଲଗ୍ନ ଛକକୁ କଣ୍ଟେନମେଣ୍ଟ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ପରୀକ୍ଷା କରାଇନେବାକୁ ଅନୁରୋଧ କରିଛି ବାର ଆସୋସିଏସନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details