ଓଡିଶା

odisha

ETV Bharat / state

କୋରୋନା କଟକଣା ଉଲ୍ଲଙ୍ଘନ କରି 11 ବ୍ୟବସାୟୀ ଗିରଫ - 11 ଜଣ ବ୍ୟବସାୟୀ ଗିରଫ

ଫୁଲବାଣୀ ସହରରେ ବାରମ୍ବାର ସଚେତନତା ଓ ତାଗିଦ ସତ୍ତ୍ବେ ଦୋକାନ ଖୋଲି ଗହଳି କରିବାରୁ 11 ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

କରୋନା ନେଇ ଶକ୍ତ କଟକଣା, ଉଲ୍ଲଙ୍ଘନ କରି 11 ବ୍ୟବସାୟୀ ଗିରଫ
କରୋନା ନେଇ ଶକ୍ତ କଟକଣା, ଉଲ୍ଲଙ୍ଘନ କରି 11 ବ୍ୟବସାୟୀ ଗିରଫ

By

Published : Mar 23, 2020, 8:56 PM IST

କନ୍ଧମାଳ: କୋରୋନା କଟକଣାକୁ ନେଇ ଅଧିକ ଶକ୍ତ ହୋଇଛି କନ୍ଧମାଳ ପୋଲିସ । ଫୁଲବାଣୀ ସହରରେ ବାରମ୍ବାର ସଚେତନତା ଓ ତାଗିଦ ସତ୍ତ୍ବେ ଦୋକାନ ଖୋଲି ଗହଳି କରିବାରୁ 11 ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ତେବେ ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋରୋନା ମହାମାରୀ ବିରୋଧରେ ଜୋରଦାର ପଦକ୍ଷେପ ନେଉଛନ୍ତି ସରକାର। ମାତ୍ର ବାରମ୍ବାର ସଚେତନତା ସୃଷ୍ଟି କରିବା ପରେ ମଧ୍ୟ ଅଣଦେଖା କରୁଛନ୍ତି ଲୋକେ । ଫୁଲବାଣୀ ସହରରେ ବିଭିନ୍ନ ଛକ ଓ ବଜାରରେ ସରକାରୀ କଟକଣାକୁ ଉଲ୍ଲଘଂନ କରି ଦୋକାନ ଖୋଲିଥିବାରୁ 11 ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଆଦର୍ଶ ଟାଉନ ଥାନା ପୋଲିସ। ସେମାନଙ୍କ ବିରୋଧରେ ଥାନାରେ 46/2020ରେ ଆଇପିସିର ଧାରା 188, 269, 270, 271ରେ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ କୁମାର ସାହୁ ।

ତେବେ ଗିରଫ ବ୍ୟବସାୟୀମାନେ ହେଲେ ଭଗବାନ ସାମଲ, ବିଭୂତି ଭୂଷଣ ସାହୁ, ନବ କିଶୋର ପଣ୍ଡା, ଗୋକୁଳ ଚନ୍ଦ୍ର ପଣ୍ଡା, ଘନଶ୍ୟାମ ପ୍ରଧାନ, ଲକ୍ଷ୍ମୀ ନାରାୟଣ ଚୌଧୁରୀ, ରାକେଶ ମେହେର, ଦେବାଶିଷ ପାତ୍ର, ଶିବ ପାତ୍ର, ବିକ୍ରମ ନାୟକ ଏବଂ ଶେଖ୍ ଆବାସ। ଏ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଆଗକୁ ସାବଧାନ ନହେଲେ ଏପରି ଗିରଫ ଜାରି ରହିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details