କନ୍ଧମାଳ: ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଜଗା ଏବେ ସୁସ୍ଥ ହେବାରେ ଲାଗିଛି । ସେ ବାପାଙ୍କ ସହ ବଜାର ଯାଉଛି, ସେଲଫି ନେଉଛି ଏବଂ ବଜାରରେ ଜଳଖିଆ ମଧ୍ୟ ଖାଉଛି । ତେବେ ବଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ସେ ଜଗାକୁ ଏକା କରି ଆରପାରିକୁ ଚାଲିଯାଇଥିଲା । କିନ୍ତୁ ବର୍ତ୍ତମାନ ଜଗା ସୁସ୍ଥ ହେବା ପରେ ଫୁଲବାଣୀ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର କ୍ୟାବିନରେ ରହୁଛି । ଜଗାକୁ ନେଇ ଏବେ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି ।
ଜଗା ସକାଳୁ ସ୍ଵତନ୍ତ୍ର କ୍ୟାବିନରୁ ବାହାରି ବାପା ଭୁଇଁଆ କହଁରଙ୍କ ସହ ବଜାରକୁ ଯାଇଥିଲା ଏବଂ ଏକ ଚପଲ ଦୋକାନରୁ ଚପଲ କିଣିଥିବା ଦେଖିବାକୁ ମିଳିଥିଲା । ବଜାରରେ ଲୋକମାନେ ଜଗାକୁ ଦେଖିବାକୁ ଭିଡ଼ ଲଗାଇଥିବା ବେଳେ ସେଲଫି ମଧ୍ୟ ନେଇଥିଲେ । କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡା ଗ୍ରାମର ଯୋଡା ମୁଣ୍ଡ ଜଗା ବଳିଆଙ୍କୁ ୨୦୧୭ରେ ଦିଲ୍ଲୀ ଏମ୍ସରେ ଏକ ବିରଳ ଅସ୍ତ୍ରୋପଚାର କରି ୨ ଜଣଙ୍କୁ ଅଲଗା କରାଯାଇଥିଲା ।