ଫୁଲବାଣୀ: ଡ୍ୟୁଟି ସମୟରେ ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀ ସଂଯୁକ୍ତା ଦିଗାଲଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ । ଗ୍ରାମ ରୋଜଗାର ସଂଘ ପକ୍ଷରୁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ ଫୁଲବାଣୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଜିଲ୍ଲାର ଜିଆରଏସ୍ କର୍ମକର୍ତ୍ତା ମାନେ । ପରେ ଜିଲାପାଳଙ୍କ ଅଫିସ ସାମ୍ନାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ.ବୃନ୍ଦା ଡି. ଏବଂ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଅନେକ ଅଧିକାରୀ ଯୋଗ ଦେଇ ସଂଯୁକ୍ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
ତେବେ ସଂଯୁକ୍ତାଙ୍କ ପରିବାରକୁ ତିରିଶ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହିତ ପରିବାରରୁ ଜଣକୁ ଚାକିରି ଦେବାକୁ ଏହି ଶୋଭାରେ ଦାବି କରାଯାଇଥିଲା । ଏହା ସହିତ ଜିଆରଏସ ମାନଙ୍କୁ ଇଏସଆଇ, ଇପିଏଫ୍ ପ୍ରଭୃତିରେ ସାମିଲ କରିବାକୁ ଦାବି କରିଥିଲେ ସଂଘ କର୍ମକର୍ତ୍ତା ।
ସୂଚନା ଯୋଗ୍ୟ, ଗତ 17 ତାରିଖ ଦିନ ଗୋଚ୍ଛାପଡା ଥାନା ବାରାହାଲା ବୁଥ୍ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରକ୍ଷା ପାଇଥିବା ପୋଲିଂ ଟିମ୍ ଉପରେ ଗୁଳିମାଡ କରିଥିଲେ ନକ୍ସଲ ମାନେ । ଏଥିରେ ସହକାରୀ ସେକ୍ଟର କର୍ମଚାରୀ ତଥା ଜିଆରଏସ ସଂଯୁକ୍ତଙ୍କର ମୃତ୍ୟୁ ଘଟିଥିଲା ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ