ଫୁଲବାଣୀ: ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କନ୍ଧମାଳର ଘୁ.ଉଦୟଗିରି ଥାନା ଅଧିନସ୍ଥ ସିର୍କି ଡ୍ୟାମ ନିକଟ ପେଟାଗାଡୁ ପାହାଡ ନିକଟରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧା ଝୁଲନ୍ତା ଅବସ୍ଥାରେ ମୃତଦେହ ପଡିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।
ମୃତ ଛାତ୍ରୀ ଜଣକ ରାଇକିଆ କଲେଜର ଯୁକ୍ତ ଦୁଇ ଛାତ୍ରୀ ମାନିନୀ ପ୍ରଧାନ । ସେ 4 ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ଦୁଇ ସନ୍ତାନ ଥିବା ପୋଲିସ କହିଛି। ତେବେ ପାରିପାରିକ ଅଶାନ୍ତି ଯୋଗୁଁ ସେ ବାପ ଘରେ ରହୁଥିଲେ।