ଓଡିଶା

odisha

ETV Bharat / state

କୁହୁଡ଼ି ଚାଦର ତଳେ କନ୍ଧମାଳ, ଦାରିଙ୍ଗବାଡିରେ ଶୀତ ଲହରୀ

ଫୁଲବାଣୀରେ ଆରମ୍ଭ ହେଲା ଶୀତ । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ 10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

By

Published : Nov 13, 2019, 11:07 PM IST

କୁହୁଡ଼ି ଚାଦରରେ ଘୋଡେଇ ହୋଇଛି ଦାରିଙ୍ଗବାଡି

ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ । ବୁଲବୁଲ ପ୍ରଭାବ ଅପସରି ଯିବା ପରେ ଶୀତ ଲହରୀ ଆରମ୍ଭ ହୋଇଛି ଜିଲ୍ଲାରେ। ଫୁଲବାଣୀରେ ଆଜି ତାପମାତ୍ରା 12.5 ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଦାରିଙ୍ଗବାଡିରେ 10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରେକର୍ଡ କରାଯାଇଛି।

କୁହୁଡ଼ି ଚାଦରରେ ଘୋଡେଇ ହୋଇଛି ଦାରିଙ୍ଗବାଡି


ଆକାଶରୁ ମେଘ ଅପସରି ଯିବା ପରେ ଶୀତର ପ୍ରଭାବ ଅନୁଭୁତ ହେଉଛି । ଫୁଲବାଣୀରେ ଆଜି 12.5 ଡିଗ୍ରୀରେ ପାରଦ ପହଞ୍ଚିଥିବା ବେଳେ ସାରା ଜିଲ୍ଲାରେ ଶୀତ ଲହରୀ ଆରମ୍ଭ ହୋଇଯାଇଛି । ସହର ବଜାର ଗାଁ ସବୁଠି ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ପାଖରେ ବସିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ଶୀତବସ୍ତ୍ର ମଧ୍ୟ ପିନ୍ଧିଲେଣି ଲୋକେ।

କୁହୁଡ଼ିର ଅନ୍ଧାରୁଆ ଚାଦର ସାରା ଜିଲ୍ଳାକୁ ଆଚ୍ଛାଦିତ କରି ରଖୁଛି। ତେବେ ଖଟିଖିଆ ଏହି ଶୀତରେ ମଧ୍ୟ ସହର ବଜାର ମୁହାଁ ହେଉଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ବିଭିନ୍ନ ବ୍ୟାୟାମ କରିବା ନଜର ଆସୁଛନ୍ତି । ଶୀତ ଲହରୀ ସହିତ ପର୍ଯ୍ୟଟକ ମଧ୍ୟ କନ୍ଧମାଳ ମୁହାଁ ହେବା ଆରମ୍ଭ କଲେଣି । ଜିଲ୍ଲାର ପର୍ଯ୍ୟଟନସ୍ଥଳ ଓ ହିଲ ଷ୍ଟେସନ ଗୁଡିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିବା ଆରମ୍ଭ ହେଲାଣି ଲୋକଙ୍କ ସୁଅ।

କନ୍ଧମାଳରୁ ସଦାଶିବ ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details