ଓଡିଶା

odisha

ETV Bharat / state

କନ୍ଧମାଳରେ ଖସୁଛି ପାରଦ: ମନମୋହୁଛି କାକର ଛିଟା, ପାର୍କରେ ଜମୁଛି ଭିଡ

କନ୍ଧମାଳରେ ବଢ଼ୁଛି ଶୀତ । ଶୀତ ସକାଳ ଓ ସନ୍ଧ୍ୟାର ବେଶ ମଜା ନେଉଛନ୍ତି ଫୁଲବାଣୀ ସହରବାସୀ । ତେବେ ଆଗାମୀ ଦିନରେ ଥଣ୍ଡା ବଢିବ ବୋଲି କହିଛନ୍ତି ପାଣିପାଗ ପର୍ଯ୍ୟବେକ୍ଷକ । ଅଧିକ ପଢ଼ନ୍ତୁ

By

Published : Nov 15, 2022, 7:13 AM IST

କନ୍ଧମାଳରେ ଖସୁଛି ପାରଦ: ମନମୋହୁଛି କାକର ଛିଟା, ପାର୍କରେ ଜମୁଛି ଭିଡ
କନ୍ଧମାଳରେ ଖସୁଛି ପାରଦ: ମନମୋହୁଛି କାକର ଛିଟା, ପାର୍କରେ ଜମୁଛି ଭିଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ଶୀତର ଲହରୀ ଦେଖିବାକୁ ମିଳିଛି । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସକାଳ ଓ ସନ୍ଧ୍ୟାକୁ ବିମୋହିତ କରୁଛି । ଶୀତକୁ ପ୍ରତିହତ କରିବାକୁ ଫୁଲବାଣୀ କରୋନେସନ ପଡ଼ିଆରେ ପ୍ରାତ ଭ୍ରମଣ, ବ୍ୟାୟାମ, ଯୋଗ ଆଦି ଦେଖିବାକୁ ମିଳିଲାଣି । ବିଶେଷ କରି ମହିଳା ଓ ଯୁବତୀମାନଙ୍କ ଭିଡ ବେଶି ଦେଖିବାକୁ ମିଳିଛି ।

କନ୍ଧମାଳରେ ଖସୁଛି ପାରଦ: ମନମୋହୁଛି କାକର ଛିଟା, ପାର୍କରେ ଜମୁଛି ଭିଡ

ଫୁଲବାଣୀ ସହରରେ ତଥା ଆଖପାଖ ଅଞ୍ଚଳରେ ଅତ୍ୟଧିକ ଶୀତ ଅନୁଭୁତ ହେଉଛି । ରାତିରେ ପାରଦ ହ୍ରାସ ପାଉଥିବାରୁ ଶୀତର ମାତ୍ରା ଧିରେ ଧିରେ ବଢ଼ୁଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଲାଣି । ଶୀତ ସକାଳରେ ପୁଲକିତ ହୋଇ ଉଠିଛି ପ୍ରକୃତିରାଣୀ । କନ୍ଧମାଳ ଜିଲ୍ଲାରେ କୁହୁଡିର ଘନ ଆସ୍ତରଣ ଥିବାରୁ ଜିଲ୍ଲାର ରୂପ ଲାବଣ୍ୟ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କନ୍ଧମାଳକୁ ଛୁଇଁଛି ଶୀତ, ଶୀତୁଆ ସକାଳରେ ପୁଲକିତ ପ୍ରକୃତିରାଣୀ

ଫୁଲବାଣୀ ସହରବାସୀ ଏହାର ବେଶ ମଜା ନେବା ସହ ନିଜକୁ ଫିଟ ରଖିବାପାଇଁ ସକାଳୁ କିଏ ପ୍ରାତ ଭ୍ରମଣ କରୁଛି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । ସେହିପରି ସନ୍ଧ୍ୟାରେ ହାଲକା ଥଣ୍ଡାର ମଜା ଉଠାଉଛନ୍ତି ସହରବାସୀ । ଜିଲ୍ଲାର ଫୁଲବାଣୀର ତାପମାତ୍ରା ଆଜି ୧୧.୦୫ ଡିଗ୍ରି ସେଲସିୟସ ରାହିଥିବାବେଳେ ଦାରିଙ୍ଗବାଡିର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି । ୫ ଦିନ ହେବ ଜିଲ୍ଲାରେ କୁହୁଡି ବଢ଼ୁଥିବା ଦେଖାଯାଇଛି । ତେବେ ଆଗାମୀ ଦିନରେ ଥଣ୍ଡା ବଢିବ ବୋଲି କହିଛନ୍ତି ପାଣିପାଗ ପର୍ଯ୍ୟବେକ୍ଷକ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details