ଫୁଲବାଣୀ:ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଏହାରି ମଧ୍ୟରେ କନ୍ଧମାଳରେ ଜାରି ରହିଛି ଶୀତର ପ୍ରକୋପ । ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କଳାହାଣ୍ଡିର ରୂପ ଲାବଣ୍ୟ । ଚାରିଆଡେ ଘନ କୁହୁଡି । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି କନ୍ଧମାଳବାସୀ । ବୁନ୍ଦା ବୁନ୍ଦା ମୁକ୍ତା ରୂପକ କାକର ବିନ୍ଦୁରେ ଚମକୁଛି ପ୍ରକୃତିରାଣୀ । ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । ଆଜି (ଶନିବାର) ଫୁଲବାଣୀ ଠାରେ ସର୍ବ ନିମ୍ନ ତାପମାତ୍ରା ୭.୫ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୯.୫ ରହିଛି ।
ରାଜ୍ୟର ଥଣ୍ଡା ସହର ଫୁଲବାଣୀ
ଚଳିତ ବର୍ଷ ଡିସେମ୍ବର ୯ ତାରିଖରେ ଜିଲ୍ଲାର ସର୍ବ ନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬.୬ ଡିଗ୍ରୀ ରେକର୍ଡ୍ କରାଯାଇଥିଲା । ବର୍ତ୍ତମାନ ରାଜ୍ୟର ଥଣ୍ଡାର ସହର ଭାବେ ଫୁଲବାଣୀ ଆଗରେ ରହିଛି । ଆଗକୁ ଶୀତର ମାତ୍ରା ବଢିବ ବୋଲି ଅନୁମାନ କରାଯାଉଛି । ତେବେ ଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଥଣ୍ଡା କମ ଅନୁଭୂତ ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ବଜାରରେ ଶୀତ ବସ୍ତ୍ର ବିକ୍ରି ମଧ୍ୟ ଗତ ବର୍ଷ ମାନଙ୍କ ତୁଳନାରେ କମ ରହିଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି ।
ଶୀତୁଆ ସକାଳେ ଗରମ ଚା’ର ମଜା