ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ଷା ପାଗ ଅପସରି ଯିବା ପରେ ପୁଣି ଶୀତର ପ୍ରକୋପ ବଢିବାରେ ଲାଗିଛି। ସାରା ଜିଲ୍ଳାକୁ ଢାଙ୍କି ରଖିଛି ଘନ କୁହୁଡି। 10 ମିଟରକୁ କମି ଆସିଛି ଦୃଶ୍ୟମାନ। ଫଳରେ ଗାଡି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ସତର୍କତା ଅବଲମ୍ବନ କରିବାକୁ ଆଡଭାଇଜରି ଜାରି କରିଛି ପରିବହନ ବିଭାଗ।
କନ୍ଧମାଳରେ ଶୀତର ରାଜୁତି, ଜନଜୀବନ ପ୍ରଭାବିତ - Cold wave continious flow in odisha
ବର୍ଷା ପରେ ବୃଦ୍ଧି ପାଉଛି ଶୀତର ପ୍ରକୋପ । ଫୁଲବାଣୀରେ ମଙ୍ଗଳବାର ତାପମାତ୍ରା 11.3 ଡିଗ୍ରୀ ରେକର୍ଡ । ଅଧିକ ପଢନ୍ତୁ...
କନ୍ଧମାଳରେ ଶୀତର ରାଜୁତି
କନ୍ଧମାଳରେ ଶୀତର ରାଜୁତି
ଫୁଲବାଣୀରେ ମଙ୍ଗଳବାର ତାପମାତ୍ରା 11.3 ଡିଗ୍ରୀକୁ ଖସି ଆସିଛି। ଗତ 3 ଦିନ ମଧ୍ୟରେ ତାପମାତ୍ରା 5 ଡିଗ୍ରୀକୁ ଖସିଲାଣି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି। ଦିନ 9ଟା ଯାଏଁ କୁହୁଡି ଢାଙ୍କି ରଖୁଛି। ରାତି ତମାମ ଘନକୁହୁଡିର ପ୍ରକୋପ ଫଳରେ 157 ଏବଂ 59 ନମ୍ବର ଜାତୀୟ ରାଜପଥ ସହିତ ରାଜ୍ୟ ରାଜପଥରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ