ଫୁଲବାଣୀ : ଫୁଲବାଣୀ ପୌରାଞ୍ଚଳରେ ହଠାତ ବୃଦ୍ଧି ପାଇଛି ହୋଲ୍ଡିଂ ଫି । ୫୦ରୁ ୮୦ ଏବଂ ୯୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଟାସ୍କ । ମନଇଛା ଏପରି କରିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଫୁଲବାଣୀ ପୌରାଞ୍ଚଳରେ ବିନା ନୋଟିସ ଓ ପ୍ରଚାରରେ ଅଚାନକ ବୃଦ୍ଧି ହୋଇଛି ହୋଲ୍ଡିଂ ଟାସ୍କ । ପୌରପରିଷଦ ତରଫରୁ ଟାସ୍କ ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ଲୋକେ ।
ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ଉତ୍ତେଜନା - phulbani municipality class off over holding tax increment
ଫୁଲବାଣୀ ପୌରାଞ୍ଚଳରେ ହଠାତ ବୃଦ୍ଧି ପାଇଛି ହୋଲ୍ଡିଂ ଫି । ୫୦ରୁ ୮୦ ଏବଂ ୯୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଟାସ୍କ । ମନଇଛା ଏପରି କରିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...
ଫୁଲବାଣୀ ପୌରାଞ୍ଚଳରେ ହଠାତ ହୋଲ୍ଡିଂ ଟେକ୍ସ ବୃଦ୍ଧିକୁ ନେଇ ଉତ୍ତେଜନା
ଫୁଲବାଣୀ ପୌରାଞ୍ଚଳରେ ହଠାତ ହୋଲ୍ଡିଂ ଟେକ୍ସ ବୃଦ୍ଧିକୁ ନେଇ ଉତ୍ତେଜନା
ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣିବା ବେଳେ ବିରୋଧ ପ୍ରଦର୍ଶନ କରିଥିଲେ ଲୋକମାନେ । ୨୦୨୦ ଅକ୍ଟୋବର ମାସରେ କୁଆଡେ ପ୍ରଚାର କରାଯାଇଥିଲା ବୋଲି ମୁନିସିପାଲିଟି କହୁଛି । କୋରନା କାଳରେ ଲୋକେ ବିପଦରେ ଥିବା ବେଳେ ଏପରି ମନଇଛା ଫି ବୃଦ୍ଧିକୁ ବୋଝ ଉପରେ ନଳିତା ବିଡା ବୋଲି କହିଛନ୍ତି ଲୋକେ । ସରକାର ନ ଶୁଣିଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ