ଓଡିଶା

odisha

ETV Bharat / state

ଫୁଲବାଣୀରେ ବଡଦିନ: ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ

ଯୀଶୁଙ୍କ ଜନ୍ମଦିବସକୁ ନେଇ ଖୁସି ମନାଇବା ସହ ଚଳଚଞ୍ଚଳ ହୋଇଯାଇଛି ସମଗ୍ର ଜିଲ୍ଲା । ଏଥିପାଇଁ ଚର୍ଚ୍ଚକୁ ମଧ୍ୟରାତ୍ରିରୁ ହିଁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଭିଡ ଜମୁଛି ।

By

Published : Dec 25, 2019, 2:20 PM IST

christmass celebration
ବଡଦିନ ସିଲେବ୍ରେସନ

ଫୁଲବାଣୀ: କନ୍ଧମାଳରେ ବଡ ଧୁମଧାମରେ ପାଳନ ହେଉଛି ବଡ ଦିନ । ଯୀଶୁଙ୍କ ଜନ୍ମଦିବସକୁ ନେଇ ଖୁସି ମନାଇବା ସହ ଚଳଚଞ୍ଚଳ ହୋଇଯାଇଛି ସମଗ୍ର ଜିଲ୍ଲା । ଏଥିପାଇଁ ଚର୍ଚ୍ଚକୁ ମଧ୍ୟରାତ୍ରିରୁ ହିଁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଭିଡ ଜମୁଛି ।

ବଡଦିନ ସିଲେବ୍ରେସନ

କନ୍ଧମାଳ ଜିଲ୍ଲାର ଶହ ଶହ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ବଡ଼ଦିନ ଉପାସନା ଚାଲିଛି । ନାଚ, ଗୀତ, ପ୍ରାର୍ଥନା ମାଧ୍ୟମରେ ଯୀଶୁଖ୍ରୀଷ୍ଟଙ୍କୁ ସ୍ବାଗତ କରାଯାଇଛି । ଯୀଶୁଙ୍କ ବନ୍ଦନା ସହିତ ନାନାଦି ଉପାସନା ଓ ପ୍ରାର୍ଥନା କରୁଛନ୍ତି ଜିଲ୍ଲାର ଲକ୍ଷାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବାଇବେଲ ପାଠ, କ୍ୟାରେଲ, ବାକ୍ୟ ପ୍ରଦାନ ସହିତ ନାନାଦି ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟ ଜାରି ରହିଛି। ଆନନ୍ଦ ଉତ୍ସାହରେ ପାଳନ ହେଉଛି ବଡଦିନ।


କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details