ଫୁଲବାଣୀ: ଫୁଲବାଣୀ ଅଦାଲତକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର ପରିଦର୍ଶନ କରିଛନ୍ତି । କୋର୍ଟ ପରିସରରେ ପ୍ରବେଶ ବେଳେ ଫୁଲବାଣୀ ବାର ଏସୋସିଏସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ପ୍ରଵେଶ ପଥରୁ ପାଛୋଟି ନିଆଯାଇଥିଲା । ପରେ ନ୍ୟାୟ ମୂର୍ତ୍ତି କୋର୍ଟ ପରିସରରେ ଥିବା ସମସ୍ତ ଅଦାଲତ, ପାଠାଗାର,ମାଲଖାନା ଏବଂ ଫୁଲବାଣୀ ବାର କକ୍ଷ ପରିଦର୍ଶନ କରିବା ସହ ଫୋଟ ଉତ୍ତୋଳନ କରିଥିଲେ।
ଆଇନସେବା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କମ: ଜଷ୍ଟିସ ମୁରଲୀଧର - କନ୍ଧମାଳ ଖବର
ଫୁଲବାଣୀ ଅଦାଲତକୁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୁରଲୀଧରଙ୍କ ପରିଦର୍ଶନ କରିଛନ୍ତି । କୋର୍ଟ ପରିସରରେ ପ୍ରବେଶ ବେଳେ ଫୁଲବାଣୀ ବାର ଏସୋସିଏସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ପ୍ରଵେଶ ପଥରୁ ପାଛୋଟି ନିଆଯାଇଥିଲା । ଅଧିକ ପଢନ୍ତୁ
ଆଇନ ସେବା କ୍ଷେତ୍ରରେ ମହିଳା ମାନଙ୍କ ଭାଗିଦାରୀ କମ: ଜଷ୍ଟିସ ଡ.ଏସ ମୁରଲୀଧର
ଜିଲ୍ଲା ଆଇନ ପ୍ରାଧିକରଣ ସଭାଗୃହରେ ଉଦବୋଧନ ଦେଇଥିଲେ । ବାର ସଭାପତି ସିଧେଶ୍ୱର ଦାଶଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଆଜିର ଡିଜିଟାଲ ଯୁଗରେ ମୋବାଇଲ୍ ଓ ସୋସିଆଲ ମିଡ଼ିଆର ପ୍ରଭାବ ରହିଥିବା ବେଳେ ଆଇନଜୀବୀ ମାନେ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି କହିଥିଲେ ଜଷ୍ଟିସ । ଆଇନ ସେବା କ୍ଷେତ୍ରରେ ଆଗାମୀ ଦିନରେ ମହିଳାମାନଙ୍କ ଭାଗିଦାରୀ ସଂଖ୍ୟା ବୃଦ୍ଧି ପାଇଁ ସ୍କୁଲ୍ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ