ଓଡିଶା

odisha

ETV Bharat / state

ଲାଞ୍ଚ ମାମଲା, ଚକାପାଦ ପୂର୍ବତନ ଥାନାଧିକାରୀଙ୍କୁ ୩ ବର୍ଷ ଜେଲ - ପୂର୍ବତନ ଥାନାଧିକାରୀଙ୍କୁ ୩ ବର୍ଷ ଜେଲ

ହତ୍ୟା ଘଟଣାରେ ଅଟକ ଥିବା ବ୍ୟକ୍ତିଙ୍କୁ ଛାଡିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ଗିରଫ ହୋଇଥିବା କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ପୂର୍ବତନ ଥାନାଧିକାରୀ ହରିବନ୍ଧୁ ପରିଡାଙ୍କୁ 3 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଅଧିକ ପଢନ୍ତୁ

former police officer sentenced three years of jail
ଚକାପାଦ ପୂର୍ବତନ ଥାନାଧିକାରୀଙ୍କୁ ୩ ବର୍ଷ ଜେଲ

By

Published : Sep 21, 2022, 9:53 AM IST

ଫୁଲବାଣୀ: ଏକ ଲାଞ୍ଚ କାରବାର ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସନ୍ତୋଷ କୁମାର ଜେନା ଜଣେ ପୂର୍ବତନ ପୋଲିସ ଏସ୍‌ଆଇଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ଏହା ସହ ଅନାଦେୟ ଅଧିକ ୪ ମାସ ଜେଲ ଦଣ୍ଡ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ପୂର୍ବତନ ଥାନାଧିକାରୀ ହରିବନ୍ଧୁ ପରିଡା । ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗଣପତିନଗର ବାସିନ୍ଦା । ସେ ୨୦୨୧ ଜୁନ ୬ରେ ଚାକିରିରୁ ଅବସର ନେଇଥିଲେ ।

ଚକାପାଦ ପୂର୍ବତନ ଥାନାଧିକାରୀଙ୍କୁ ୩ ବର୍ଷ ଜେଲ

ମିଳିଥିବା ସୂଚନା ଅନୁସାରେ ୨୦୧୮ ମସିହାରେ ଚକାପାଦ ଥାନା ଚାହାଳୀ ଅଞ୍ଚଳରେ ଜଣେ ଟ୍ରାକ୍ଟର ମାଲିକଙ୍କୁ ହତ୍ୟା କରା ଯାଇଥିଲା । ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଥାନାଧିକାରୀ ହରିବନ୍ଧୁ ପରିଡା ସେମାନଙ୍କୁ ଛାଡିବା ପାଇଁ ପ୍ରତ୍ୟେକଙ୍କୁ ୩୦ ହଜାର ଲେଖାଏଁ ଟଙ୍କା ମାଗିଥିଲେ । ଏଥିରେ ଯୁବକମାନେ ଅମଙ୍ଗ ହୋଇଥିଲେ । ଟଙ୍କା ନ ଦେଲେ ସମସ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରିବାକୁ ଥାନାଧିକାରୀ ହରିବନ୍ଧୁ ଧମକ ମଧ୍ୟ ଦେଇଥିଲେ ।

ଏହା ବି ପଢନ୍ତୁ...କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା, ଆଜି ଆସିବ ତଦନ୍ତ ରିପୋର୍ଟ

ପରେ ୧୦ ହଜାର ଲେଖାଏଁ ଦେଲେ ଛାଡିବାକୁ କଥା ଛିଡିଥିଲା । ଏନେଇ ଭିଜିଲାନ୍ସରେ ଜେନା ମଲ୍ଲିକ ଅଭିଯୋଗ କରିଥିଲେ । ଅଗଷ୍ଟ ୧୫ ତାରିଖ ଦିନ ଟଙ୍କା ନେଇ ଥାନାରେ ଦେବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉ କରି ଟଙ୍କା ଜବତ କରିବା ସହ ଥାନାଧିକାରୀ ହରିବନ୍ଧୁ ପରିଡାଙ୍କୁ ଗିରଫ କରିଥିଲେ । ଏନେଇ ବିଭାଗ ପକ୍ଷରୁ ୩୪/୧୮ରେ ମାମଲା ରୁଜୁ ହୋଇଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି.ଭି ରାମଦାସ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details