ଓଡିଶା

odisha

ETV Bharat / state

ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ପୋଲିସ - ଗଞ୍ଜେଇ ମାଫିଆ

ଜିଲ୍ଲାରେ ମାତିଛନ୍ତି ଅନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ । ଉତ୍ତରପ୍ରଦେଶର ଏକ 12 ଚକିଆ ଟ୍ରକରୁ 203 କିଲୋ 4ଶହ ଗ୍ରାମ ଗଞ୍ଜେଇ ଜବତ ହେବ ସହ 2 ଜଣଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଅଧିକ ପଢ଼ନ୍ତୁ

cannabis seized in kandhamal
ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ପୋଲିସ

By

Published : Jun 15, 2022, 9:03 AM IST

ଫୁଲବାଣୀ: ଜିଲ୍ଲାରେ ମାତିଛନ୍ତି ଅନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ । ଉତ୍ତରପ୍ରଦେଶର ଏକ 12 ଚକିଆ ଟ୍ରକରୁ 203 କିଲୋ 4ଶହ ଗ୍ରାମ ଗଞ୍ଜେଇ ଜବତ ହେବାସହ 2 ଜଣଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 8 ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ପୋଲିସ

ସୂଚନା ଅନୁଯାଇ ମଙ୍ଗଳବାର ରାତିରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ବାଲିଗୁଡ଼ାରୁ 59 ନଂ ଜାତୀୟ ରାଜପଥ ଦେଇ ଦାରିଙ୍ଗବାଡ଼ିକୁ ଏକ ଖାଲି 12 ଚକିଆ ଟ୍ରକ ଆସୁଥିବା ଦେଖି ଆମ୍ବ ଖାଲିଆ ଘାଟିରେ ସନ୍ଦେହ କରି ଗାଡ଼ିର ଯାଞ୍ଚ କରିଥିଲା । ଗାଡ଼ିର ଏକ କେବିନରୁ ଚାରୋଟି ଜରି ବ୍ୟାଗ ଭର୍ତ୍ତି ୨୦୩ କେଜି ୪୦୦ଗ୍ରାମ ଗଞ୍ଜେଇ ରହିଥିବା ଦେଖିବାକି ମିଳିଥିଲା । ଏହାପରେ ପୋଲିସ ଟ୍ରକ ସହିତ ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା । ଗଞ୍ଜେଇ ଚାଲାଣ ଘଟଣାରେ ଗିରଫ ହୋଇଥିବା ଦୁଇଜଣ ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲା ସୈନି ଥାନା ଅନ୍ତର୍ଗତ ସାରୁଖ ଖାନ ଓ ଫତେପୁର ଜିଲ୍ଲା ଖାଖେରୁର ପୁଅ ଅଜୟ କୁମାର ପାଲ ବୋଲି ଜଣାପଡ଼ିଛି । ଦୁଇଜଣ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details