ଓଡିଶା

odisha

ETV Bharat / state

ନକ୍ସଲ କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ମହିଳା ମାଓବାଦୀର ଆତ୍ମସମର୍ପଣ - ନକ୍ସଲଙ୍କ କାର୍ଯ୍ୟଧାରାରେ ଅତିଷ୍ଠ ମହିଳା ମାଓବାଦୀ

ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ବିଜିଏନ ମାଓ ସଙ୍ଗଠନ ତୁମୁଡିବନ୍ଧ ସିର୍ଲା ଏରିଆ କମିଟିର ମହିଳା ମାଓ କ୍ୟାଡର ବୁଧବାର କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି।

cadre women maoist surrendered
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

By

Published : Jan 1, 2020, 7:25 PM IST

Updated : Jan 1, 2020, 7:39 PM IST

କନ୍ଧମାଳ: ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ବିଜିଏନ ମାଓ ସଙ୍ଗଠନ ତୁମୁଡିବନ୍ଧ ସିର୍ଲା ଏରିଆ କମିଟିର କ୍ୟାଡର ମହିଳା ମାଓବାଦୀ ବୁଧବାର ପୋଲିସ ଠାରେ ଆତ୍ମସମର୍ପଣ କରିଛି। କନ୍ଧମାଳ ଏସପି ପ୍ରତୀକ ସିଂ ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପ୍ରାୟ ବର୍ଷେ ଧରି ସମ୍ପୃକ୍ତ ମହିଳା ମାଓବାଦୀ ନକ୍ସଲ ସଙ୍ଗଠନରେ ସାମିଲ ଥିଲା।

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନକ୍ସଲଙ୍କ କାର୍ଯ୍ୟଧାରାରେ ଅତିଷ୍ଠ ହୋଇ ସେ ସଙ୍ଗଠନ ଛାଡିଥିବା ପୋଲିସ କହିଛି। ଗାଡିମାସ୍କା କ୍ୟାମ୍ପ, ଏନ ଏଚ ଅବରୋଧ, ଲେଙ୍ଗାରମହା ଗୁଳିବିନିମୟ ଘଟଣାରେ ସେ ସମ୍ପୃକ୍ତ ରହିଛି। ସେ ମୁଖ୍ୟତଃ ବିଜିଏନ ଡିଭିଜନର ଘୁମୁସର ଏରିଆ କମିଟିରେ ସକ୍ରିୟ ଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jan 1, 2020, 7:39 PM IST

ABOUT THE AUTHOR

...view details