ଓଡିଶା

odisha

ETV Bharat / state

ଲାଞ୍ଚ ନେବା ପଡିଲା ମହଙ୍ଗା; ଦୋଷୀ ସାବ୍ୟସ୍ତ ହେଲେ ଆରଆଇ, 3 ବର୍ଷ ଜେଲଦଣ୍ଡ

ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି l ବିଗତ 29 ନଭେମ୍ବର 2017 ରେ ବୌଦ୍ଧ ବଘିଆପଡା ରାଜସ୍ବ ନିରୀକ୍ଷକ ଗଜେନ୍ଦ୍ର ଦିଗଲ ସାନବଗଡା ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ଠାରୁ ଦୁଇ ଏକର ଅନାବାଦୀ ଜମିକୁ ପଟ୍ଟା କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଅଧିକ ପଢନ୍ତୁ...

ଫୁଲବାଣୀ ଭିଜିଲାନ୍ସ କୋର୍ଟ
ଫୁଲବାଣୀ ଭିଜିଲାନ୍ସ କୋର୍ଟ

By

Published : Nov 9, 2021, 10:46 PM IST

ଫୁଲବାଣୀ: ଆଜି(ମଙ୍ଗଳବାର) ଫୁଲବାଣୀ ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି l ବିଗତ 29 ନଭେମ୍ବର 2017 ରେ ବୌଦ୍ଧ ବଘିଆପଡା ରାଜସ୍ବ ନିରୀକ୍ଷକ (ଆରଆଇ) ଗଜେନ୍ଦ୍ର ଦିଗଲ ସାନବଗଡା ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ଠାରୁ ଦୁଇ ଏକର ଅନାବାଦୀ ଜମିକୁ ପଟ୍ଟା କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l କିନ୍ତୁ ସାତ ହଜାର ଟଙ୍କାରେ ମୂଳଚାଲ ହୋଇଥିଲା ।

ଲାଞ୍ଚ ନେବା ପଡିଲା ମହଙ୍ଗା; ଦୋଷୀ ସାବ୍ୟସ୍ତ ହେଲେ ଆରଆଇ; 3 ବର୍ଷ ଜେଲ ଦଣ୍ଡ

ଏନେଇ ସୁଦର୍ଶନ ମଲ୍ଲିକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆରଆଇ ଗଜେନ୍ଦ୍ର ଦିଗଲ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଆଜି(ମଙ୍ଗଳବାର) ସେହି ମାମଲାର ଭିଜିଲାନ୍ସ କୋର୍ଟ ଶୁଣାଣି କରିଛନ୍ତି l ଅଭିଯୁକ୍ତ ଗଜେନ୍ଦ୍ର ଦିଗଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 3 ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜୋରିମାନା ଅନାଦେୟ ହେଲେ ଅଧିକ 6 ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details