ଓଡିଶା

odisha

ETV Bharat / state

ଗରିବ ଗଳିରୁ ବିଗ୍ ସ୍କ୍ରିନରେ ରାଜ, ଦାଦନରୁ ଫିଲ୍ମ ଅଭିନେତା ରାଜକୁମାର - ଦାଦନରୁ ଅଭିନେତା

ସଫଳତାର କାହାଣୀ କୌଣସି ବଲିଉଡ୍ ଫିଲ୍ମଠୁ କମ ନୁହେଁ, ଆଉ ସଂଘର୍ଷ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଓଡିଶାର ଗର୍ବ, ପ୍ରତିଟି ଓଡିଆଙ୍କ ହୃଦୟର ଏବେ ସେ ରାଜା । ଗରିବ ଗଳିରୁ ବିଗ୍ ସ୍କ୍ରିନରେ ରାଜ୍ । ମାଲାୟାଲମ୍ ମୁଭିରେ ଓଡିଆ ପୁଅ ରାଜକୁମାର ନାୟକଙ୍କ କମାଲ । ଅଧିକ ପଢନ୍ତୁ...

ଗରିବ ଗଳିରୁ ବିଗ୍ ସ୍କ୍ରିନରେ ରାଜ୍, ଦାଦନରୁ ଫିଲ୍ମ ଅଭିନେତା ରାଜକୁମାର
ଗରିବ ଗଳିରୁ ବିଗ୍ ସ୍କ୍ରିନରେ ରାଜ୍, ଦାଦନରୁ ଫିଲ୍ମ ଅଭିନେତା ରାଜକୁମାର

By

Published : Mar 19, 2021, 7:13 PM IST

Updated : Mar 20, 2021, 2:38 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବେଲଘରରୁ ମାଲାୟଲମ୍ ଫିଲ୍ମ ଜଗତରେ ଏଣ୍ଟ୍ରି । ବେଲଘରର ଝାଲିପଡ଼ା ଗାଁରୁ ଦାଦନ ଖଟିବାକୁ କେରଳ ଯାଇଥିବା ରାଜକୁମାର ନାୟକ ନିଜ ପରିଶ୍ରମ ବଳରେ ମାଲାୟଲମ୍ ଫିଲ୍ମରେ ଅଭିନୟ କରୁଛନ୍ତି ।

କାଳ୍ପନିକ ନୁହେଁ ବାସ୍ତବ କାହାଣୀ । ଆକାଶର ଚାନ୍ଦକୁ ହାତ ପାହାନ୍ତାରେ ପାଇଛନ୍ତି ସେ । ତାଙ୍କ ପାଇଁ ସ୍ବପ୍ନ ବି ସତ ହୋଇଛି ଆଉ ସଫଳତାରେ ପ୍ରତିଟି ଓଡିଆର ହୃଦୟ ପୂରି ଉଠିଛି । ସେ ଅନେକ ସଙ୍ଘର୍ଷ ପରେ ସଫଳତାର ଶିଖରରେ ପହଁଞ୍ଚିଛନ୍ତି । ଦିନେ ଯାହା ପାଖରେ ରହି ରୋଷେଇ କରୁଥିଲେ ଆଜି ତାଙ୍କ ସହ ବସାଉଠା ।

ଚାରିପଟେ ନାମୀଦାମୀ ଡାଇରେକ୍ଟର ଓ ପ୍ରଡ୍ୟୁସର। କଳାକାରଙ୍କ ମେଳିରେ ସେ ବି ଜଣେ ସୁପରଷ୍ଟାର। ଏ ଯାତ୍ରା ହେଉଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବେଲଘରର ରାଜକୁମାରଙ୍କ । ଯିଏ ମାଲାୟଲମ୍ ଫିଲ୍ମ ଜଗତର ଏକ ଚିହ୍ନା ମୁହଁ । ଝାଲିପଡ଼ା ଗାଁରୁ ଦାଦନ ଖଟିବାକୁ କେରଳ ଯାଇଥିବା ରାଜକୁମାର ଏବେ ଦେଖିବାକୁ ମିଳିବେ ଜାଲିକାଟୁ ବିଗ୍ ସ୍କ୍ରିନରେ । ଯେଉଁଥି ପାଇଁ ଗାଁରେ ଖୁସିର ମାହୋଲ ।

ଗରିବ ଗଳିରୁ ବିଗ୍ ସ୍କ୍ରିନରେ ରାଜ, ଦାଦନରୁ ଫିଲ୍ମ ଅଭିନେତା ରାଜକୁମାର

ପ୍ରଥମେ ଯୁକ୍ତ ଦୁଇ କଳା ପଢିବାକୁ ନାଁ ଲେଖାଇ ଥିବାବେଳେ ଅଭାବ ଯୋଗୁଁ କେରଳ ଦାଦନ ଖଟିବାକୁ ୨୦୧୪ ରେ ଚାଲିଯାଇଥିଲେ। ସେଠାରେ ଏକ ହୋଟେଲରେ କାମ କରୁଥିଲେ। ଏହା ସହିତ ନିକଟସ୍ଥ ଏକ ଜିମକୁ ଯାଉଥିଲେ ରାଜକୁମାର। ଜିମରେ ଜଣେ କେରଳ ନିର୍ଦ୍ଦେଶକଙ୍କ ସହିତ ଦେଖା ହେଲା ଏବଂ ତାଙ୍କ ରୋଷେୟା ଭାବେ ନିଯୁକ୍ତ ହେଲେ। ପରେ ତାଙ୍କୁ ଏକ ମାଲାୟଲମ୍ ଫିଲ୍ମରେ ଛୋଟ ଅଭିନୟ ପାଇଁ ସୁଯୋଗ ମିଳେ । ଏପରି ୬ଟି ଫିଲ୍ମରେ ଛୋଟ ଛୋଟ ରୋଲରେ କାମ କରିଛନ୍ତି ରାଜକୁମାର।

ଏପରିକି ଓସ୍କାର ପାଇଁ ଦୌଡ଼ରେ ଥିବା ଜାଲିକାଟୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଇ ମାଇନୁ, ସ୍ବାଧାନ୍ତାର ଅର୍ଦ୍ଧ୍ରାତ୍ରୀ, ଆଡେଟୁ, ୱରକାର୍ତା ନାଡେନକାଡା, ୱାଡ ନାଖେତ୍ରମ୍ ପ୍ରଭୃତି ୬ଟି ଫିଲ୍ମରେ ଅଭିନୟ କରିଛନ୍ତି ରାଜକୁମାର।

ତେବେ ମୁଁ କୌଣସି ହିରୋ ବା ସୁପରଷ୍ଟାର ନୁହେଁ ,ବରଂ ଏକ ଛୋଟ ଅଭିନେତା ଭାବେ କାମ କରୁଛି ବୋଲି ସେ କହିଛନ୍ତି। ମାଲାୟାଲମ୍ ମୁଭିରେ ଓଡିଆ ପୁଅ ରାଜକୁମାର ନାୟକଙ୍କ କମାଲ ଦେଖି ସମସ୍ତେ ଖୁସ୍ । ଆଉ ତାଙ୍କର ଏହି ନିଷ୍ଠା ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବା ବେଳେ ଆଗକୁ ବଢିବାକୁ ବାଟ ଦେଖାଇବ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 20, 2021, 2:38 PM IST

ABOUT THE AUTHOR

...view details