ଓଡିଶା

odisha

ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି - ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

କନ୍ଧମାଳର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଏବଂ ମୃତ୍ୟୁ ଘଟଣାର ଅନୁସନ୍ଧାନ କରି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ ଟିମ ଫୁଲବାଣୀରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ଅଧିକ ପଢ଼ନ୍ତୁ

ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି
ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି

By

Published : Oct 10, 2022, 9:24 AM IST

ଫୁଲବାଣୀ: ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଏବଂ ମୃତ୍ୟୁ ଘଟଣା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ ଟିମ ଫୁଲବାଣୀରେ ପହଞ୍ଚି ଅନୁସନ୍ଧାନ କରିବା ପରେ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । କନ୍ଧମାଳ ଜିଲ୍ଲା ରଙ୍ଗାପାରୁ ସେବାଶ୍ରମର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବାପରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ନାବାଳିକାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

କନ୍ଧମାଳ ଜିଲ୍ଲା ବେଲଘର ରଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବାପରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ନାବାଳିକାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦିନିକିଆ ବେଲଘର ଗସ୍ତ କରି ଫେରିଛନ୍ତି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ ଟିମ ରବିବାର ଦିନିକିଆ ବେଲଘର ଗସ୍ତ କରିଥିଲେ ।

ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି

ଏହି ଟିମ ରବିବାର ସକାଳୁ ବେଲଘରର ରଙ୍ଗପାରୁ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି । ଏହା ସହିତ ବେଲଘର ଥାନାରେ ବାଲିଗୁଡ଼ା ଏସଡିପିଓ ଏବଂ ଜଣେ ଅତିରିକ୍ତ ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାପରେ ଘୁ.ଉଦୟଗିରି ଗସ୍ତ କରି ଛାତ୍ରୀ ଜଣକ ରହିଥିବା ସୁଭଦ୍ରା ମହତାବ ସେବାସଦନ ଓ ଡାକ୍ତରଖାନା ଯାଇ ଘଟଣାର ଅନୁଧ୍ୟାନ କରିବେ । ଏହା ପରେ ଫୁଲବାଣୀ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିବା ପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନର କାର୍ଯ୍ୟକ୍ରମ ରହିଛି ।

ଘଟଣାରେ ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଏଭଳି ଘଟଣା ଘଟିଥିବା ବିଜେପି ଅଭିଯୋଗ କରିଛି । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବାସହ ଘଟଣାର ସଠିକ ତଦନ୍ତ ପାଇଁ ଦାବି କରିଛି ବିଜେପି । ଅନ୍ୟପଟେ ଘଟଣାରେ ପ୍ରଶାସନ ପକ୍ଷରୁ ରଙ୍ଗାପାରୁ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମେଟ୍ରନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ଏଏନଏମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details