ଓଡିଶା

odisha

ETV Bharat / state

ସିଡିଏସ ବିପିନ ରାଓ୍ବତଙ୍କୁ ଫୁଲବାଣୀରେ ଶ୍ରଦ୍ଧାଞ୍ଜଳି - ସିଡିଏସ ବିପିନ ରାଓ୍ବତଙ୍କୁ ଫୁଲବାଣୀରେ ଶ୍ରଦ୍ଧାଞ୍ଜଳି

ଏକ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଭାରତର ସିଡିଏସ ଜେନେରାଲ ବିିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ସହିଦ ହୋଇଥିବା ଅନ୍ୟ ଯବାନଙ୍କୁ ଫୁଲବାଣୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅଧିକ ପଢନ୍ତୁ

ସିଡିଏସ ବିପିନ ରାଓ୍ବତଙ୍କୁ ଫୁଲବାଣୀରେ ଶ୍ରଦ୍ଧାଞ୍ଜଳି
ସିଡିଏସ ବିପିନ ରାଓ୍ବତଙ୍କୁ ଫୁଲବାଣୀରେ ଶ୍ରଦ୍ଧାଞ୍ଜଳି

By

Published : Dec 9, 2021, 10:51 PM IST

ଫୁଲବାଣୀ: ଏକ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଭାରତର ସିଡିଏସ ଜେନେରାଲ ବିିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ସହିଦ ହୋଇଥିବା ଅନ୍ୟ ଯବାନଙ୍କୁ ଫୁଲବାଣୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ବୟନିକା ସମ୍ମୁଖରେ ସହିଦ ବିିପିନ ରାୱତ ଏବଂ ତାଙ୍କ ପତ୍ନୀ ଓ ଅନ୍ୟ ସହୀଦଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ସେମାନଙ୍କ ଆତ୍ମାର ସଦଗତି କାମନା କରିବା ଉଦ୍ଦେଶ୍ୟରେ ସମୂହ ଦୀପଦାନ କରଯାଇଛି ।

ସିଡିଏସ ବିପିନ ରାଓ୍ବତଙ୍କୁ ଫୁଲବାଣୀରେ ଶ୍ରଦ୍ଧାଞ୍ଜଳି

କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଭାଜପାର ପୂର୍ବତନ ସଭାପତି ଲିଙ୍ଗରାଜ ଦଳବେହେରା, ସମ୍ପାଦକ ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ଶିବଶଙ୍କର ପାତ୍ର, ସମାଜସେବୀ ଅଶୋକ ପରିଡା, ଟିମ୍ ହ୍ୟୁମାନିଟିର ଆବାହକ ଭି.ଲୋକନାଥ ରାଜୁ, ଜଗନ୍ନାଥ ରାଜୁ, ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ଶତାଧିକ ସଂଖ୍ୟାରେ ଯୋଗ ଦେଇ ସହୀଦ ମାନଙ୍କର ସ୍ମୃତି ଚାରଣ କରିବା ସହିତ ସହୀଦ ବିିପିନ ରାୱତଙ୍କ କାର୍ଯ୍ୟକାଳ ଏବଂ ଦେଶ ପ୍ରେମ ବାବଦରେ ସ୍ମୃତି ଚାରଣ କରାଯାଇଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details