ଫୁଲବାଣୀ: ରାଜ୍ୟରେ ବଢ଼ୁଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା । ଅପରାଧର ଅନ୍ଧଗଳିରେ ଅଣନିଶ୍ୱାସୀ ହୋଇପଡୁଛି କମିଶନରେଟ ପୋଲିସ । ଖାସ କରି ଫୁଲବାଣୀ ସହରରେ ଅପରାଧୀଙ୍କ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଚୋରି,ଡକାୟତି ଓ ରାହାଯାନୀ ସବୁ ସୀମାକୁ ଟପି ଯାଇଛି । ଏ ଦିଗରେ ପୋଲିସ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଏସପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ଫୁଲବାଣୀରେ ବଢୁଛି ଅପରାଧ ତାଲିକା, କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଏସପିଙ୍କୁ ଦାବିପତ୍ର - BJP memorandum SP to control crime
ଫୁଲବାଣୀ ସହରରେ ଅପରାଧୀଙ୍କ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଚୋରି,ଡକାୟତି ଓ ରାହାଯାନୀ ସବୁ ସୀମାକୁ ଟପି ଯାଇଛି । ଏ ଦିଗରେ ପୋଲିସ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଏସପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...
![ଫୁଲବାଣୀରେ ବଢୁଛି ଅପରାଧ ତାଲିକା, କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଏସପିଙ୍କୁ ଦାବିପତ୍ର BJP memorandum SP to control crime](https://etvbharatimages.akamaized.net/etvbharat/prod-images/768-512-8916347-thumbnail-3x2-kandhamal.jpg)
ଫୁଲବାଣୀରେ ବଢୁଛି ଅପରାଧ ତାଲିକା, କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଏସପିଙ୍କୁ ଦାବିପତ୍ର
ଫୁଲବାଣୀରେ ବଢୁଛି ଅପରାଧ ତାଲିକା, କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଏସପିଙ୍କୁ ଦାବିପତ୍ର
ଏପରି ସ୍ଥିତିରେ ଅପରାଧୀଙ୍କ ଯୋଗୁଁ ସାଧାରଣ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏନେଇ ଅପରାଧୀଙ୍କୁ ତୁରନ୍ତ ସାବଡ଼ କର ବୋଲି ବିଜେପି ଦାବି କରିଛି। ବିଜେପି ଜାତୀୟ କାଉନସିଲ ମେମ୍ବର କମଳାକାନ୍ତ ପାଣ୍ଡେ, ରାଜ୍ୟ କାର୍ଯ୍ୟକାରିଣୀର ଲିଙ୍ଗରାଜ ଦଳବେହେରା, ଭଗବାନ ମହାନ୍ତି, ବନ ମହାନ୍ତି, ପରେଶ ମହାପାତ୍ର ପ୍ରମୁଖ ବହୁ ନେତା ଫୁଲବାଣୀ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସପି ଭିନିତ ଅଗ୍ରୱାଲଙ୍କୁ ଭେଟି ଦାବି କରିଛନ୍ତି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ