ଫୁଲବାଣୀ: ମହାମାରୀ କୋରୋନା ଲଢେଇ ପାଇଁ ସମସ୍ତେ ଏକ ହୋଇଛନ୍ତି । ଅନେକ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ଲକଡାଉନ ସହିତ ଏପରି ବିଷମ ପରିସ୍ଥିତିରେ କିଛି ଲୋକ ଆଗକୁ ଦୁଇପାଦ ଆସି ସହାୟତାର ହାତ ବଢାଇଛନ୍ତି । ଏପରିକି କିଛି ବ୍ୟକ୍ତି ମହନୀୟତାର ପରିଚୟ ଦେଉଛନ୍ତି । କନ୍ଧମାଳ ଜିଲ୍ଲାର ବର୍ଷିୟାନ ନେତା କମଳାକାନ୍ତ ପାଣ୍ଡେ ନିଜ ଲଜକୁ କୋରୋନା ମୁକାବିଲାରେ ନିୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି ।
କୋରୋନା ମହାମାରୀ ସାରା ଦେଶକୁ ଗ୍ରାସ କରିଥିବା ବେଳେ ଲକଡାଉନ ଜାରି ରହିଛି । ଏହି ମହାମାରୀକୁ ମୁକାବିଲା କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ଲଗାତାର ବିଭିନ୍ନ ପଦକ୍ଷେପ ନେଉଛି । ଏହି ବିଷମ ପରିସ୍ଥିତି କେବଳ ସରକାରୀ ସ୍ତରରେ ମୁକାବିଲା କରା ନଯାଇ ବେସରକାରୀ ସ୍ତରରେ ମଧ୍ୟ ଏକଜୁଟ ହୋଇ ସହାୟତା କରିବାକୁ ହୋଇଥାଏ ।