ଫୁଲବାଣୀ:ଦିନ ପରେ ଦିନ ଗଡୁଥିଲେ ମଧ୍ୟ ଉଠିପାରୁନି ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଘଟଣାର ପରଦା । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଏନେଇ ସମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି ଯେ, "ପୋଲିସ ଜାଣିକି ଏହାକୁ ଚାପି ଦେଇଛି । ତଦନ୍ତକାରୀ ଅଧିକାରୀ ପୀଡିତାଙ୍କ ପରିବାର ପକ୍ଷରୁ ଦିଆ ଯାଇଥିବା ଏତଲାକୁ ଗ୍ରହଣ କଲେ ନାହିଁ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଗଲା । ଘଟଣାର ୨୦ ଦିନ ପରେ ଜଣେ ପୋଲିସ ଅଧିକାରୀ ପରିବାର ଉପରେ ଚାପ ପକାଇ ଏତଲା ଲେଖିଲେ । ଆଜି ପର୍ଯ୍ୟନ୍ତ ନାବାଳିକାଙ୍କ ପରିବାରକୁ ବ୍ୟବଚ୍ଛେଦ ରିପୋର୍ଟ ଦିଆ ଯାଇନାହିଁ ।"
ବାରମ୍ବାର ଚାପ ପଡିବା ପରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । କିନ୍ତୁ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଥିବା ଅନେକ ଚିହ୍ନା ମୁହଁକୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ । ଆସନ୍ତା ୭ ଦିନ ମଧ୍ୟରେ ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଥାନାରୁ ହଟାଇବା ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆମେ ଦାବି କରୁଛୁ । ଯଦି ଏହା କରା ନ ଯାଏ ତାହାଲେ ଆମେ ରାଜ୍ୟସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବୁ ।"