ଫୁଲବାଣୀ :କନ୍ଧମାଳରେ ଜିଲ୍ଲା ପରିଷଦ ଗଠନ ହେବା ଦିନରୁ ବିଜେଡି-ଭାଜପା ମେଣ୍ଟ କରିଥିଲେ । ଥରେ ଜିଲ୍ଲା ପରିଷଦ ହାତକୁ ନେଇଥିବାବେଳେ ୨୦୧୭ରେ ପ୍ରଥମ ଥର ଲାଗି ବିଜେଡି ଜିଲ୍ଲା ପରିଷଦ ଜିତିଥିଲା । ଦଳ ନିର୍ବାଚନରେ ମାତ୍ର ୯ଟି ସିଟ ଜିତିଥିଲା ।
ଏଥର ଯେପରି ସେଭଳି ପରିସ୍ଥିତି ନ ଉପୁଜିବ । ସବୁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଏକ ହୋଇ ସମସ୍ତ ଜିଲ୍ଲା ପରିଷଦ ସିଟ ଜିତିବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଲୋକଙ୍କ ପାଖରେ ନବୀନ ସରକାରଙ୍କ ଯୋଜନା ଉପରେ ଅବଗତ କରିବାକୁ ହେବ ।
ପ୍ରାର୍ଥୀମାନେ କାଳ ବିଳମ୍ବ ନ କରି ନିଜ ଅଞ୍ଚଳରେ ବୁଲି ଦଳ ସପକ୍ଷରେ ଭୋଟ ଆଣିବାକୁ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଦଖଲ ନେଇ ସ୍ଥାନୀୟ ଏକ ମଣ୍ଡପରେ ବିଜେଡି ପକ୍ଷରୁ କର୍ମକର୍ତ୍ତାମାନେ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏଥିରେ ଜିଲ୍ଲାର ୩ଟି ବିଧାନସଭା ମଣ୍ଡଳୀର ବିଧାୟକମାନେ ଯୋଗଦେଇ ନିଜ ନିର୍ବାଚନମଣ୍ଡଳୀରେ ଥିବା ଜିଲ୍ଲା ପରିଷଦ ଜୋନକୁ ଜିତିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।