ଓଡିଶା

odisha

ETV Bharat / state

କନ୍ଧମାଳରେ 'ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଯୁବ ଓଡ଼ିଶା' କାର୍ଯ୍ୟକ୍ରମ - 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

Pandian On Kandhamal Visit: 'ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଯୁବ ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ। ସମସ୍ତ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ । ଅଧିକ ପଢନ୍ତୁ

କନ୍ଧମାଳରେ ପାଣ୍ଡିଆନ
କନ୍ଧମାଳରେ ପାଣ୍ଡିଆନ

By ETV Bharat Odisha Team

Published : Dec 22, 2023, 10:22 PM IST

କନ୍ଧମାଳରେ ପାଣ୍ଡିଆନ

ଫୁଲବାଣୀ: 'ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଯୁବ ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ। ଜିଲ୍ଲାର ୨ ଟି ସାଧାରଣ ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ବୃଦ୍ଧି କରିବା ସହ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି । ରାଜ୍ୟରେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ଧାରଣା ଦେବା ସହ କଠିନ ପରିଶ୍ରମ ଦ୍ୱାରା ସବୁକିଛି ସମ୍ଭବ ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଆଗାମୀ ୬ ମାସ ଭିତରେ ରୂପାନ୍ତରୀକରଣ କାର୍ଯ୍ୟ ଚାଲୁ ରହିବ ବୋଲି ଜଣାପଡିଛି । ଏହାସହ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୃହ, କଲେଜର ରୂପାନ୍ତରୀକରଣ କାର୍ଯ୍ୟ ଜୋରସୋରରେ ଚାଲୁଛି ।

ଜନସାଧାରଣଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଛନ୍ତି, "ଗରିବ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି । ଟଙ୍କା ଉଠାଇବା ଏବଂ ଡିପୋଜିଟ କରିବାରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇଦେବା ପାଇଁ ଆମ ବ୍ୟାଙ୍କ ଯୋଜନା କରିଛନ୍ତି । ଏହାସହ ମିଶନ ଶକ୍ତି ଯୋଜନା, ନୂଆ ଓଡିଶା ନବୀନ ଓଡିଶା, ମମତା ଯୋଜନା, ବିଜୁ ସ୍ଵାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବା ପାଇଁ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏଥିପାଇଁ ବିରୋଧୀ ଅପପ୍ରଚାର କରିବେ । କିନ୍ତୁ ଆମେ କେବେ ମଧ୍ୟ ଅଟକିବା ନାହିଁ । ସବୁଠାରୁ ବଡ କଥା ହେଲା ଆଗାମୀ ତିନି ମାସ ମଧ୍ୟରେ କନ୍ଧମାଳର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବ । ଜିଲ୍ଲାରେ ଲଷ୍ମୀ ବସ ଯୋଜନା କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ପଞ୍ଚାୟତରେ ଗଡ଼ିବ ଲଷ୍ମୀ ବସ । ମା, ଭଉଣୀ, ଛାତ୍ରଛାତ୍ରୀମାନେ 5 ଟଙ୍କାରେ ଯାତାୟତ କରିପାରିବେ । କନ୍ଧମାଳ ଏକ ସୁନ୍ଦର ଜିଲ୍ଲା । ଏଠାକାର ଲୋକେ ଅତି ସରଳ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାକୁ ବହୁତ ଭଲ ପାଆନ୍ତି ।

ଏହା ମଧ୍ୟ ପଢନ୍ତୁ...ବାରିପଦାରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ଦେଲେ ଗୁରୁମନ୍ତ୍ର

"କନ୍ଧମାଳରେ ଉନ୍ନତି ହେଉଛି, ଲୋକେ ସ୍ଵପ୍ନରେ ଭାବିନଥିବା ମେଡିକାଲ କଲେଜ ନିର୍ମାଣ ହେଉଛି ଏବଂ ଆଗାମୀ ଦିନରେ ସରକାର ତରଫରୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 ଥର ନିର୍ବାଚିତ ହୋଇ 26 ବର୍ଷ ଶାସନ କରିସାରିଲେଣି । ତେଣୁ ମୁଖ୍ୟମନ୍ତ୍ରୀ ପଦ ଲାଳସାରେ ନୁହଁ । ଲୋକଙ୍କ ସେବା କରିବା ପାଇଁ ନିରନ୍ତର କାର୍ଯ୍ୟ କରି ଆମ ସହ ଛିଡା ହୋଇଛନ୍ତି । ତେଣୁ ଆପଣମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସେନାପତି" ବୋଲି ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details