ଫୁଲବାଣୀ:ପାରିଜାତ କଲ୍ୟାଣ ମଣ୍ଡପରେ ଗୁରୁବାର ସଂଖ୍ୟା ଲଘୁ ସେଲ୍ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ସହରରେ ଥିବା ବିଭିନ୍ନ ମୌଳିକ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବଜେଡି ପକ୍ଷରୁ ଏହି ସମ୍ମଳନୀ ଆୟୋଜିତ କରାଯାଥିଇବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ ।
ଫୁଲବାଣୀ ସହର ଓ ଜିଲ୍ଲାର ସାମୁହିକ ବିକାଶ ପାଇଁ ବିଜେଡିର ପୌର ଅଧ୍ୟକ୍ଷା ପ୍ରାର୍ଥିନୀ ପୁନମ କହଁରଙ୍କ ସମେତ ୧୩ ଜଣ କାଉନସିଲର ପାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ବିଜେଡି ପାର୍ଥୀ ଏଠାରେ ବିଜୟୀ ହେଲେ ସହରବାସିଙ୍କ ମୌଳିକ ସମସ୍ୟାର ସମାଧନ କରିବା ଅଧ୍ୟକ୍ଷାଙ୍କ ପ୍ରଥମ ଦାୟିତ୍ୱ ହେବ ବୋଲି ମନ୍ତ୍ର ଆଶ୍ବସନା ଦେଇଛନ୍ତି ।