କନ୍ଧମାଳ: ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟରେ ଏକପାଖିଆ ଶାସନ ଚାଲିଛି। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପକ୍ଷାଘାତ ଲାଗିଛି। ଲୋକଙ୍କ କଥା ବୁଝିବାକୁ କେହି ନାହାଁନ୍ତି। ଗାଁ କଥା ଜିଲ୍ଲାପାଳ କି ବିଡ଼ିଓ ଜାଣନ୍ତି ନାହିଁ। ରାଜ୍ୟ ଶାସନର ଏପରି ବିଚିତ୍ର ସ୍ଥିତି ବୋଲି ସମାଲୋଚନା କରିଛନ୍ତି ସେ।
ନାରୀ ନିର୍ଯାତନା ଓ ନିଶା ମୁକ୍ତି ଏବେ ଦେଶ ପାଇଁ ବଡ ସମସ୍ୟା। ରାଜ୍ୟ ପ୍ରତି ଦିନ ନାରୀ ନିର୍ଯାତନାର ଖବର ଆସୁଛି। ସରକାର ପ୍ରଯତ୍ନହେବା ଦରକାର। ଲୋକଙ୍କ ପାଖରେ ଶାସନ ପହଞ୍ଚି ପାରୁନାହିଁ। ଦୂରେଇ ଦୂରେଇ ଯାଉଛି ବୋଲି ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର।