ଫୁଲବାଣୀ: ରାସ୍ତାରେ ଗାଡି ଚଳାଇ ପାରିବେ ନାହିଁ ନାବାଳକ । ଗାଡି ଚଳାଇଲେ ଗଣିବେ ୨୫ ହଜାର ଫାଇନ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଜାରି ରହିଛି କ଼ଡାକଡି ଚେକିଂ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପରିବହନ ବିଭାଗ କଡାକଡି ଚେକିଂ ଜାରି ରଖିଥିବା ବେଳେ ଗାଡି ଚଳାଉ ଥିବା ବେଳେ ଧରାପଡିଛନ୍ତି ବିଡିଓଙ୍କ ପୁଅ । ଶେଷରେ ୨୫ ହଜାର ଟଙ୍କାର ଫାଇନ କରାଯାଇଛି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୁଅଙ୍କ ବିରୋଧରେ । ବର୍ତ୍ତମାନ ସୁଧା ଜିଲ୍ଲାରେ ୩ ଜଣ ନାବାଳକ ଗାଡି ଚଳାଇ ଧରାପଡିଥିବା ବେଳେ ସେମାନଙ୍କ ଅଭିଭାବକଙ୍କୁ ୨୫ ହଜାର ଲେଖାଏଁ ତଣ୍ଡ କରାଯାଇଛି ।
ମିଳିଥିବା ସୂଚନା ଅନୁଯାଇ, ରବିବାର ସଦର ଥାନା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିସିପଡା ଛକ ଠାରେ ମିଳିତ ଯାଞ୍ଚ ହୋଇଥିଲା । ତେବେ ଚେକିଂ ଜୋରଦାର କରାଯାଉଥିବା ବେଳେ ଯେଉଁ ନାବାଳକ ଗାଡି ଚଳାଉଛନ୍ତି ତାଙ୍କ ବିରୋଧରେ ଫାଇନ କରାଯାଉଛି । ତେବେ ବିସିପଡା ଛକ ଠାରେ ଗାଡି ଚେକିଂ ବେଳେ କନ୍ଧମାଳ ଜିଲ୍ଲାର ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୁଅ ୨୫ହଜାର ଟଙ୍କା ତଣ୍ଡ ଗଣିଛନ୍ତି । ସେ ସ୍କୁଟି ଚଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ପରେ ଜଣାପଡିଥିଲା ଯେ ସେ ବିଡିଓଙ୍କ ପୁଅ । ପରିବହନ ବିଭାଗ ଫାଇନ କାଟିବା ସହ ସ୍କୁଟିକୁ ମଧ୍ୟ ଜବତ କରିଛି ।