ଓଡିଶା

odisha

ETV Bharat / state

କୋଭିଡ଼-19: ଜୁଲାଇ 28 ଯାଏଁ କନ୍ଧମାଳର ସମସ୍ତ ବ୍ୟାଙ୍କ ବନ୍ଦ - ବ୍ୟାଙ୍କ କର୍ମଚାରୀଙ୍କୁ କୋରୋନା

କନ୍ଧମାଳ ଜିଲ୍ଲାରେ ଜୁଲାଇ 28 ତାରିଖ ଯାଏଁ ସମସ୍ତ ବ୍ୟାଙ୍କ ରହିବ ବନ୍ଦ । କେତେକ କର୍ମଚାରୀ କୋଭିଡ଼-19 ପଜିଟିଭ ହେବାପରେ ନିଆ ଯାଇଛି ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

Bank employee tested positive for Covid-19, All banks in Kandhamal will be closed, Kandhamal bank will be closed until July 28, ବ୍ୟାଙ୍କ କର୍ମଚାରୀଙ୍କୁ କୋରୋନା, ଜୁଲାଇ 28 ଯାଏଁ ବନ୍ଦ ହେବ କନ୍ଧମାଳର ସମସ୍ତ ବ୍ୟାଙ୍କ
ଜୁଲାଇ 28 ଯାଏଁ କନ୍ଧମାଳର ସମସ୍ତ ବ୍ୟାଙ୍କ ବନ୍ଦ

By

Published : Jul 22, 2020, 7:31 AM IST

ଫୁଲବାଣୀ: ରାଜ୍ୟରେ ଭୟାବହ ହେଉଛି କୋରୋନା ସ୍ଥିତି । ଧୀରେ ଧୀରେ ସମସ୍ତ ସ୍ଥାନକୁ ବ୍ୟାପିବାରେ ଲାଗିଛି ଏହି ମହାମାରୀ । ତେଣୁ କନ୍ଧମାଳ ଜିଲ୍ଲାରେ ଜୁଲାଇ 28 ତାରିଖ ଯାଏଁ ସମସ୍ତ ବ୍ୟାଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ। କେତେକ ବ୍ୟାଙ୍କ କର୍ମଚାରୀ କୋରୋନା ପଜିଟିଭ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଗୃହ ସଂଗରୋଧ ବା ହୋମ କ୍ବାରେଣ୍ଟାଇନରେ ରହିବେ।

ଜୁଲାଇ 28 ଯାଏଁ କନ୍ଧମାଳର ସମସ୍ତ ବ୍ୟାଙ୍କ ବନ୍ଦ

ଏହି ସପ୍ତାହକ ବ୍ୟାଙ୍କ ବନ୍ଦ ସମୟରେ ଏଟିଏମ ଗୁଡିକରେ ପର୍ଯ୍ୟାପ୍ତ ନଗଦ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଯାହାଦ୍ବାରା ସାଧାରଣ ଲୋକ ହଇରାଣ ହେବେ ନାହିଁ । ଜିଲ୍ଲାରେ ପ୍ରଥମେ ଏସବିଆଇ ଲିଡ଼ ବ୍ୟାଙ୍କ ମ୍ୟାନେଜର କୋରୋନା ଆକ୍ରାନ୍ତ ହେବା ପରେ ଏସବିଆଇ ଆଞ୍ଚଳିକ କାର୍ଯ୍ୟାଳୟ ସହିତ 2ଟି ଶାଖାକୁ ସିଲ କରାଯାଇଥିଲା। ଆଉ କିଛି କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିବା ପରେ ଖଜୁରିପଡା, ରାଇକିଆ, ଦାରିଙ୍ଗବାଡି, କୋଟଗଡ ପ୍ରଭୃତି ଶାଖାକୁ ବନ୍ଦ କରାଯାଇଥିଲା। ତେବେ ଫୁଲବାଣୀରେ ଏଲଡିଏମ ବିଭିନ୍ନ ଅଫିସକୁ ଯାଇଥିବା ସୂଚନା ମିଳିବା ପରେ ସେହି ଅଫିସ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହି ସମୟରେ ସଂଗରୋଧରେ ସମସ୍ତେ ରହିବା ସହିତ ପ୍ରତି ବ୍ୟାଙ୍କ ଜଣେ ଲେଖାଏଁ କୋଭିଡ ସୁପରଭାଇଜିଙ୍ଗ ଅଫିସରଙ୍କୁ ନିଯୁକ୍ତ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details