ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ହୋଇଥିଲେ ବି ସମସ୍ୟାର ସମାଧାନ ହୋଇନାହିଁ । ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବା ନେଇ ସାଇନ ଗ୍ରାମ ପଞ୍ଚାୟତର ଛଅ ନମ୍ବର ୱାର୍ଡବାସୀ ଚେତାବନୀ ଦେଇଛନ୍ତି ।
ନନ୍ଦମାହା ସମେତ ୱାର୍ଡ଼ବାସୀଙ୍କ କହିବା କଥା ଯେ ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତରେ ଥିଲେ ସାଇନପଡା ପଞ୍ଚାୟତ ଗଠନ ବେଳେ ଗ୍ରାମବାସୀଙ୍କୁ ନଜଣାଇ ସାଇନପଡ଼ା ଗ୍ରାମପଞ୍ଚାୟତରେ ମିଶାଇ ଦିଆଗଲା l ଏନେଇ ଗ୍ରାମବାସୀ କ.ନୂଆଗାଁ ବିଡ଼ିଓ, ଉପ ଜ଼ିଲ୍ଲାପାଳ ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଶେଷରେ ବାଧ୍ୟହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି l ଗାଁରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀଙ୍କୁ ବିଜୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନଥିବାରୁ ଲୋକ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।