ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ମୁଖ୍ୟ କିରାଣୀ - ବସନ୍ତ କୁମାରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । 6 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରା ପଡିଲେ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ
ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ

By

Published : Nov 4, 2021, 1:18 PM IST

ଫୁଲବାଣୀ: ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । 6 ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି କିରାଣୀ ।

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ

ବାଲିଗୁଡା ପାଟଖଣ୍ଡା ସାହିର ପଦ୍ମ ଚରଣ ପାଣିଗ୍ରାହୀଙ୍କ ଏକ ସିକ୍ୟୁରିଟୀ ଡିପୋଜିଟ ଫାଇଲକୁ ପାସ କରିବା ପାଇଁ ଲାଞ୍ଚ ମାଗିଥିଲେ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । ଏନେଇ ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ବାଲିଗୁଡାରେ ପହଞ୍ଚିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ପଦ୍ମ ଚରଣ 6 ହଜାର ଟଙ୍କା ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିଙ୍କୁ ଦେବା ସମୟରେ ଭିଜିଲାନ୍ସ ଟିମ ମାଡିବସିଥିଲେ ।

ତେବେ ପୂର୍ବ ପ୍ରସ୍ତୁତି ଅନୁସାରେ ବସନ୍ତ ପାଣି ରଙ୍ଗ ଲଗାଯାଥିବା ଟଙ୍କା ନେବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ଏଥିସହ ତାଙ୍କର ବାଲିଗୁଡା ସ୍ଥିତ ବ୍ରାହ୍ମଣସ।ହି ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ଡ଼ିଏସପି ଅରୁଣ ନାୟକ । ଚଢ଼ାଉ ସମୟରେ ନଗଦ 13 ଲକ୍ଷ 25 ହଜ଼ାର ସହିତ ଅନ୍ୟାନ୍ୟ ସାମଗ୍ରୀ, 4 ଟି ବ୍ୟାଙ୍କ ପାସ ବହି ଦୁଇଟି କୋଠା ଥିବା ଜଣାପଡିଛି । ଯାହାର ଆକଳନ କରାଯାଉଥିବା କହିଛନ୍ତି ଭିଜିଲାନ୍ସ ଏସପି ତ୍ରିଲୋଚନ ସ୍ୱାଇଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details