ଫୁଲବାଣୀ:ଚିତ୍ର କଥା କହେ। ଗୋଟିଏ ଚିତ୍ର ହଜାରେ ଶବ୍ଦ କହିଥାଏ। ସେଥିପାଇଁ ଚିତ୍ରକଳା ମାଧ୍ୟମ ସଚେତନତାର ଏକ ବଡ ଆୟୁଧ। ସ୍ବେଚ୍ଛାସେବୀ ମାନେ ନିଜ ଖର୍ଚ୍ଚରୁ ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା କରୁଛନ୍ତି ଏବଂ ଏହା ଲୋକଙ୍କ ମନକୁ ଛୁଇଁଛି। କନ୍ଧମାଳର ଟିମ ହ୍ୟୁମାନିଟିର ସ୍ବେଚ୍ଛାସେବୀ ସାରା ଜିଲାରେ ଏପରି ଚିତ୍ରକଳା ମାନ କରି କରୋନା ମହାମାରୀର ଭୟବହତା ସମ୍ପର୍କରେ ସଚେତନ କରୁଛନ୍ତି।
ଶୂନଶାନ ରାଜପଥ। ରାତିର ଅନ୍ଧକାରକୁ ସହରର ଷ୍ଟ୍ରିଟ ଲାଇଟର ଆଲୁଅ ହାଲକା କରିଦେଉଛି। ଜାତୀୟ ରାଜପଥରେ କିନ୍ତୁ କିଛି କଳାକାର କଳାକୃତି ଆଙ୍କିବାରେ ବ୍ୟସ୍ତ। ମହାମାରୀ କରୋନା ଭୂତଣୁର ଚିତ୍ର । ଏହା ସହିତ ହାତ ଧୋଇବା,ଆରୋଗ୍ୟ ଆପ ବ୍ୟବହାର କରିବାକୁ ଅପିଲ କରୁଛନ୍ତି। ନିଜ ଖର୍ଚ୍ଚରୁ 157 ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ଆଙ୍କୁଛନ୍ତି କଳାକୃତି। ଜୀବନ୍ତ ଦେଖାଯାଉଛି ସବୁ। ଫୁଲବାଣୀ ଗାନ୍ଧି ଛକ ଠାରେ ଏପରି ଚିତ୍ର ଆଙ୍କି ସଚେତନ କରୁଛନ୍ତି। ଜିଲ୍ଲାର ସାରଙ୍ଗଗଡ,ବାଲିଗୁଡା,ଟିକାବାଲି,ରାଇକିଆ ପ୍ରଭୃତି ସହରର ପ୍ରମୁଖ ଛକ ସ୍ଥାନରେ ଶତାଧିକ ଚିତ୍ରକଳା ଆଙ୍କି ଲୋକଙ୍କୁ ସଚେତନ କରୁଛନ୍ତି। ସେଥିପାଇଁ କଳାକାର ମାନେ ଖୁସି ଓ ଆତ୍ମସନ୍ତୋଷ ବ୍ୟକ୍ତ କରୁଛନ୍ତି। ଟିମ ହ୍ୟୁମାନିଟି ସଂଗଠନର ସଦସ୍ୟ ପଣ କରିଛନ୍ତି ଲୋକଙ୍କୁ ସଚେତନ କରିବା ପାଇଁ।