ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ବାପାଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

କନ୍ଧମାଳ ଦାରିଙ୍ଗବାଡିରେ ଚାଞ୍ଚଲ୍ୟ। ତେମାଙ୍ଗି ସରପଞ୍ଚଙ୍କ ବାପାଙ୍କୁ ହତ୍ୟା ଅଭିଯୋଗ । ଥାନାରେ ଏତଲା। ଅଧିକ ପଢନ୍ତୁ...

By

Published : Oct 22, 2020, 9:21 AM IST

ସରପଞ୍ଚ ବାପାଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି
ସରପଞ୍ଚ ବାପାଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ଫୁଲବାଣୀ: ଜିଲ୍ଲାର ଦାରିଙ୍ଗବାଡି ବ୍ଳକରେ ହତ୍ୟାକାଣ୍ଡ । ତାମାଙ୍ଗି ଗାଁ ଉପର ସାହିର ପନ୍ଦର ମଲ୍ଲିକଙ୍କୁ ଦାଇଗୋଡା ଧାନ ପଦରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିବା ସହ ଏହାର ତଦନ୍ତ କରୁଥିବା ପ୍ରକାଶ ପାଇଛି। ଆଜି ପନ୍ଦର ମଲ୍ଲିକ ଓ ସ୍ତ୍ରୀ ଡାକିନିଆଲୁ ମଳିକ ଗାଁ ଠାରୁ ପ୍ରାୟ 4 କିମି ଦୂରରେ ଥିବା ଧାନ କ୍ଷେତକୁ ଯାଉଥିଲେ। ପନ୍ଦର ଆଗେ ଚାଲୁଥିବା ବେଳେ ସ୍ତ୍ରୀ ଡାକିନିଆଲୁ ଟିକିଏ ଦୂରରେ ଚାଲୁଥିଲେ ।

ଏହି ସମୟରେ ଜଙ୍ଗଲ ମଧ୍ୟରୁ କିଛି ମୁଖାଧାରୀ ରାସ୍ତା କଡ଼ରୁ ବାହାରି ଅତର୍କିତ ଆକ୍ରମଣ କରି ହତ୍ୟା କରି ଚାଲିଯାଇଥିଲେ। ଏନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପନ୍ଦରଙ୍କ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details