ଓଡିଶା

odisha

ETV Bharat / state

ଆମ ଓଡ଼ିଶା, ନବୀନ ଓଡ଼ିଶାରେ କନ୍ଧମାଳ ସାମିଲ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାଂସଦ ଓ ସ୍ଥାନୀୟ ବାସିନ୍ଦା - ୨୦୯୯ଟି ଉନ୍ନୟନ ପ୍ରକଳ୍ପ ପାଇଁ ୮୫ କୋଟି ଟଙ୍କାର ଅନୁଦାନ

କନ୍ଧମାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଶୁଭାରମ୍ଭ । ଜିଲ୍ଲାର ୨୦୯୯ଟି ଉନ୍ନୟନ ପ୍ରକଳ୍ପ ପାଇଁ ମିଳିଛି ୮୫ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ଅଧିକ ପଢ଼ନ୍ତୁ

ama odisha naveen odisha
ama odisha naveen odisha

By ETV Bharat Odisha Team

Published : Nov 8, 2023, 1:04 PM IST

ama odisha naveen odisha

ଫୁଲବାଣୀ:ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଶୁଭାରମ୍ଭ । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯକ୍ରମ ଜରିଆରେ କନ୍ଧମାଳର ସମସ୍ତ ବ୍ଲକର ଜନ ପ୍ରତିନିଧି ଓ ଜନତାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପଣ୍ଡିଆନ । କନ୍ଧମାଳ ଜିଲ୍ଲାକୁ ମିଳିଛି ୮୫ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ଜିଲ୍ଲାର ୨୦୯୯ଟି ଉନ୍ନୟନ ପ୍ରକଳ୍ପ ପାଇଁ ବିନିଯୋଗ ହେବ ଏହି ଅର୍ଥ ରାଶି । ଜନ ଅଭିଯୋଗ ଶୁଣାଣି ଆଧାରରେ ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ସେତୁ, ସଡ଼କ, ଭଳି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ ହୋଇଛି । ଏହାକୁ ନେଇ କନ୍ଧମାଳ ସାଂସଦ ଓ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକର ୫୪ ଗୋଟି ଗ୍ରାମ ପଞ୍ଚାୟତରେ ୭୦୮ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୨୭ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକର ୫୬ ଗୋଟି ଗ୍ରାମ ପଞ୍ଚାୟତରେ ୭୩୬ ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକର ୬୧ ଗୋଟି ଗ୍ରାମ ପଞ୍ଚାୟତରେ ୬୫୫ ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୩୦ କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ କହିଥିଲେ ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା କହିଛନ୍ତି, "ଆଜି ଆମ ଓଡ଼ିଶା ନବୀନ ଓଡ଼ିଶାରେ କନ୍ଧମାଳ ଜିଲ୍ଲା ସାମିଲ ହୋଇଛନ୍ତି । ଏହାଦ୍ୱାରା ଏଠାରେ ଅନେକଗୁ଼ଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ତଥା ଆରମ୍ଭ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ଅନେକ SSG ମହିଳା ସଦସ୍ୟ ଯୋଗ ଦେଇଥିଲେ । ଜିଲ୍ଲାକୁ ମିଳିଛି ୮୫ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ, ଏଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ ।"

ଏହା ମଧ୍ୟ ପଢନ୍ତୁ- 'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସାମିଲ ହେଲା ମୟୂରଭଞ୍ଜ, 90କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରାଯାଇଛି । ବାଲିଗୁଡ଼ାରୁ ବୁଟା ଗୁଡ଼ା ପର୍ଯ୍ୟନ୍ତ ରାସ୍ତା, ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା, ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, କୋଟଗଡ଼ ଆଦିବାସୀ ହଷ୍ଟେଲ, ଆଦିବାସୀ କଲେଜ, ଲୁଦୁ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ଓ ଅନ୍ୟାନ ପ୍ରକଳ୍ପ । ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମଧ୍ୟ ଟଙ୍କା ମଞ୍ଜୁର କରାଯାଇଛି । ସେଥିରେ ରହିଛି ପ୍ରସିଦ୍ଧ ଦାରିଙ୍ଗିବାଡ଼ି ପର୍ଯ୍ୟଟନ କ୍ଷେତ୍ର ବିକାଶ, ରାଇଖୋଲ ପଞ୍ଚାୟତରେ ସେତୁ, ସାଲୁଙ୍କି ନଦୀ ଉପରେ ସେତୁ, ରଟିଙ୍ଗିଆରେ ସେତୁ, ଡୁଲିରି, ରୁଶିମାଳ, କାଲିଗୁଡ଼ା ପର୍ଯ୍ୟଟନ କ୍ଷେତ୍ର ବିକାଶ, ୩ଟି ଚେକ୍ ଡ୍ୟାମ୍ ଓ ୩ଟି କଲେଜ । ସେହିପରି, ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୧୪ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରାଯାଇଛି । ସେଥିରେ ରହିଛି ୩ଟି ବୃହତ୍ ସେତୁ, ବରାଳ ଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର,କସମ୍ ପାଇଁ ରଭଲଭିଙ୍ଗ୍ ଫଣ୍ଡ୍‌,୩ଟି ଜଳ ପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ,୭ଟି ଚେକ୍ ଡ୍ୟାମ୍‌,ଓ ୩ଟି କଲେଜ୍ । ତେବେ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୮କୋଟି ୩୭ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ । କନ୍ଧମାଳ ଜିଲ୍ଲାରେ ଗତକାଲିର ଉଦ୍‌ଘାଟନୀ ସମାରୋହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details