ଓଡିଶା

odisha

ETV Bharat / state

କନ୍ଧମାଳରେ 31 ଯାଏଁ ବ୍ୟାଙ୍କ ବନ୍ଦ - corona affect

ଜୁଲାଇ 31 ଯାଏଁ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ପୂର୍ବରୁ ଗୋଟିଏ ସପ୍ତାହ ଅର୍ଥାତ 28 ପର୍ଯ୍ୟନ୍ତ, ବ୍ୟାଙ୍କ ବନ୍ଦ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

all banks closure extended amidst corona affect at kandhamal District
କନ୍ଧମାଳରେ ବଢିଲା ବ୍ୟାଙ୍କ୍ ବନ୍ଦର ଅବଧି, 31 ଯାଏଁ ବନ୍ଦ

By

Published : Jul 28, 2020, 5:57 PM IST

କନ୍ଧମାଳ: ଜୁଲାଇ 31 ଯାଏଁ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ପୂର୍ବରୁ ଗୋଟିଏ ସପ୍ତାହ ଅର୍ଥାତ 28 ପର୍ଯ୍ୟନ୍ତ, ବ୍ୟାଙ୍କ ବନ୍ଦ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ତେବେ ବ୍ୟାଙ୍କ ବନ୍ଦ ସମୟରେ ଏଟିଏମ ଗୁଡିକରେ ପର୍ଯ୍ୟାପ୍ତ ନଗଦ ଟଙ୍କା ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

20ରୁ ଅଧିକ ବ୍ୟାଙ୍କ କର୍ମଚାରୀ କୋରୋନା ପଜିଟିଭ ହେବା ପରେ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାର ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଗୃହ ସଙ୍ଗରୋଧରେ ରହିବେ।

କନ୍ଧମାଳରେ ବଢିଲା ବ୍ୟାଙ୍କ୍ ବନ୍ଦର ଅବଧି, 31 ଯାଏଁ ବନ୍ଦ

କନ୍ଧମାଳ ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀ ଏବେ ସାଜିଛନ୍ତି ସୁପର ସ୍ପ୍ରେଡର। ପ୍ରଥମେ ଏସବିଆଇ ଲିଡ଼୍ ବ୍ୟାଙ୍କ ମ୍ୟାନେଜର କୋରୋନା ଆକ୍ରାନ୍ତ ହେବା ପରେ ଆଞ୍ଚଳିକ କାର୍ଯ୍ୟାଳୟ ସହିତ 2ଟି ଶାଖାକୁ ସିଲ୍ କରାଯାଇଥିଲା। ଏହାପରେ ଆଞ୍ଚଳିକ ଶାଖାର ଜଣେ ମ୍ୟାନେଜର ମଧ୍ୟ ଆକ୍ରାନ୍ତ ହୋଇଥିଲେ। ପରେ 10ରୁ ଅଧିକ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଫଳରେ ଖଜୁରିପଡା, ରାଇକିଆ, ଦାରିଙ୍ଗବାଡି, କୋଟଗଡ, ଘୁ.ଉଦୟଗିରି, ଫୁଲବାଣୀ ଶାଖାକୁ ବନ୍ଦ କରାଯାଇଥିଲା । ଅନ୍ୟପଟେ ଫୁଲବାଣୀରେ ଏଲଡିଏମ ବିଭିନ୍ନ ଅଫିସକୁ ଯାଇଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି ।

ଆକ୍ରାନ୍ତ ମାନେ ବିଭିନ୍ନ ସ୍ଥାନରେ, ସାହି ଓ କଲୋନୀର ଆପାର୍ଟମେଣ୍ଟରେ ରହୁଥିବାରୁ ଅନେକଙ୍କ ସ୍ବାବ ସଂଗ୍ରହ କରାଯାଇଛି। ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେଥିପାଇଁ ପୁଣି ଥରେ ବ୍ୟାଙ୍କ ବନ୍ଦକୁ ବୃଦ୍ଧି କରିଛନ୍ତି ଜିଲ୍ଳାପାଳ। ଏହି ସମୟରେ ସଙ୍ଗରୋଧରେ ସମସ୍ତେ ରହିବା ସହିତ ପ୍ରତି ବ୍ୟାଙ୍କ ଜଣେ ଲେଖାଏଁ କୋଭିଡ ସୁପରଭାଇଜିଂ ଅଫିସର ନିଯୁକ୍ତ କରିବାକୁ ଜିଲ୍ଳାପାଳ ନିର୍ଦେଶ ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details