ଓଡିଶା

odisha

ETV Bharat / state

ଚାଷୀଙ୍କୁ ବର୍ଷା ପ୍ରହାର: କନ୍ଧମାଳରେ 500 ହେକ୍ଟର ଚାଷଜମି ନଷ୍ଟ - କନ୍ଧମାଳରେ ବ୍ୟାପକ ଫସଲ ନଷ୍ଟ

ବର୍ଷା ଛଡାଇ ନେଇଛି ଚାଷୀଙ୍କ ମୁହଁରୁ ହସ । ପ୍ରଥମେ କମ୍‌ ବର୍ଷା କାରଣରୁ ମରୁଡି ସ୍ଥିତି ଆଉ ଏବେ ପ୍ରବଳ ବର୍ଷା ଯୋଗୁଁ ଶହ ଶହ ଏକର ଚାଷଜମି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

By

Published : Aug 20, 2019, 12:05 PM IST

ଫୁଲବାଣୀ: କନ୍ଧମାଳରେ ଚାଷୀଙ୍କୁ ବର୍ଷା ପ୍ରହାର । ପ୍ରଥମେ ବର୍ଷାର ଲୁଚକାଳି ଖେଳ ଆଉ ଏବେ ବର୍ଷା ବିତ୍ପାତ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ଷାପାଣି ଏକର ଏକର ଜମିରେ ଚରି ଯିବା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

ଚଳିତ ବର୍ଷ ଜୁନ୍ଓ ଆଷାଢ ମାସରେ ହଠାତ୍ ବର୍ଷା ଉଭାନ ହୋଇଯାଇଥିଲା । ଫଳରେ ଅଧାରୁ ଅଧିକ ଜମି ଫାଟି ଆଁ କରିଥିଲା । ଯାହାକୁ ନେଇ ଚାଷୀକୂଳ ହତାଶ ହୋଇଥିଲେ । ହେଲେ ଗତ ସପ୍ତାହରେ ହୋଇଥିବା ବର୍ଷାରେ ଏକର ଏକର ଜମିରେ ବାଲି ଚରିଯାଇଛି । ଫଳରେ ବ୍ୟାପକ କ୍ଷତି ହୋଇଛି । କୃଷି ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା 5ଶହ ହେକ୍ଟର ଚାଷଜମି ନଷ୍ଟ ହୋଇଛି । ଏପଟେ ସରକାରୀ ସହାୟତା ପାଇଁ ଚାଷୀ ଦାବି କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details