ଓଡିଶା

odisha

ETV Bharat / state

ଆସିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ - ଫୁଲବାଣୀରେ ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ଗୁମା ପଞ୍ଚାୟତରେ ପୁଣି ଜନନୀ ଯନ୍ତ୍ରଣା ଦୃଶ୍ୟ । କୁଟିଆ ଜନଜାତିର ଗର୍ଭବତୀ ମହିଳା 3 କିଲୋମିଟିର ଯାଏଁ ପୁଣି ଖଟିଆରେ ବୁହା ହୋଇ ଗଲେ ମେଡିକାଲ । ଆମ୍ବୁଲାନ୍ସ ସୁବିଧା ନଥିବାରୁ ଗାଁ ଲୋକେ ଖଟିଆରେ ବୋହି ନେଲେ । ଅଧିକ ପଢନ୍ତୁ:

ପୁଣି ଖଟିଆରେ ବୁହା ହେଲେ କୁଟିଆ ଜନଜାତି ଗର୍ଭବତୀ
ପୁଣି ଖଟିଆରେ ବୁହା ହେଲେ କୁଟିଆ ଜନଜାତି ଗର୍ଭବତୀ

By

Published : Jan 12, 2020, 4:57 PM IST

ଫୁଲବାଣୀ: ଜିଲ୍ଲା ତୁମୁଡିବନ୍ଧ ବ୍ଳକର ଗୁମା ପଞ୍ଚାୟତରେ ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ସୁଶାଭଟ୍ଟା ଗାଁର ଆସନ୍ନ ପ୍ରସବାକୁ ପୁଣି ଖଟିଆରେ ବୋହି 3 କିଲୋମିଟର ବାଟ ଚାଲିଛନ୍ତି ଗାଁ ଲୋକେ। ଆମ୍ବୁଲାନ୍ସ ସୁବିଧା ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିବାରୁ ଶେଷରେ ବାଧ୍ୟ ହୋଇ କୃଷ୍ଣ ମାଝିଙ୍କ ପତ୍ନୀ ନିୟମ ଦେଇ ମାଝିଙ୍କୁ ଖଟିଆରେ ବୋହି ନିଆଗଲା ।

ପୁଣି ଖଟିଆରେ ବୁହା ହେଲେ କୁଟିଆ ଜନଜାତି ଗର୍ଭବତୀ


ସୂଚନା ଅନୁସାରେ ଜନନୀ ଯନ୍ତ୍ରଣାରେ ଛଟପଟ ହେବାରୁ ନିୟମ ଦେଇ ମାଝିଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ହେଲେ ତୁମୁଡିବନ୍ଧ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ନାହିଁ ବୋଲି କହିଥିଲେ । ଫଳରେ ଖଟିଆରେ 3 କିଲୋମିଟର ବାଟ ବୋହିବା ପରେ ଗୁମା ନିକଟରୁ ଏକ ଅଟୋରେ 1200 ଟଙ୍କାରେ ଭଡା କରି ପହଞ୍ଚିଥିଲ ତୁମୁଡିବନ୍ଧ ଚିକିତ୍ସାଳୟ । ମେଡିକାଲରେ ନିୟମ ଦେଇ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ଖବର ଆସିଛି ।

ଆଦିମ ଆଦିବାସୀ କୁଟିଆ କନ୍ଧ ସମ୍ପ୍ରଦାୟଙ୍କୁ କାହିଁ କେତେ ଦିନଠାରୁ ଚିକିତ୍ସିତ ହେବା ପାଇଁ ଏପରି ଖଟିଆରେ ବୋହି ନେଇଯାଆନ୍ତି ଚିକିତ୍ସିତ ପାଇଁ । ସେପଟେ ମାଆ ଘର, ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ, ବାଇକ୍ ଆମ୍ବୁଲାନସ୍ ଏମିତି କେତେ କଣ ଯୋଜନା ରହିଛି । ହେଲେ ବାସ୍ତବରେ ଆଦିବାସୀ ଜନଜାତିଙ୍କୁ କିପରି ମିଳୁଛି ସେବା, ତାହା ସ୍ପଷ୍ଟ ହୋଇଛି ଏହି ଘଟଣାରୁ ବୋଲି କହିଛନ୍ତି ପୂର୍ବତନ ବିଧାୟକ କୁଟିଆ ଜନଜାତି ନେତା କରେନ୍ଦ୍ର ମାଝି।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details