ଓଡିଶା

odisha

ETV Bharat / state

Mao Posters: କନ୍ଧମାଳ-କଳାହାଣ୍ଡିରେ ମାଓ ପୋଷ୍ଟର, ଭୋଟ ବର୍ଜନ ପାଇଁ ଆହ୍ବାନ - କଳାହାଣ୍ଡିରେ ମାଓ ପୋଷ୍ଟର

କନ୍ଧମାଳ ଓ କଳାହାଣ୍ଡି ପୁଣି ଆତଙ୍କ ଖେଳାଇଛନ୍ତି ମାଓବାଦୀ। ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ବାହିନୀ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି। ଅଧିକ ପଢ଼ନ୍ତୁ

mao poster to boycott panchayat election in kandhamal and kalahandi
Mao Posters: କଳାହାଣ୍ଡି ଓ କନ୍ଧମାଳରେ ମାଓ ପୋଷ୍ଟର, ଭୋଟ ବର୍ଜନ କରିବାକୁ ଆହ୍ବାନ

By

Published : Feb 12, 2022, 11:37 AM IST

Updated : Feb 12, 2022, 1:15 PM IST

ଫୁଲବାଣୀ/ଭବାନୀପାଟଣା: କନ୍ଧମାଳ ଓ କଳାହାଣ୍ଡି ପୁଣି ଆତଙ୍କ ଖେଳାଇଛନ୍ତି ମାଓବାଦୀ । ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ବାହିନୀ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି ।

Mao Posters In Kandhamal: ସ୍କୁଲରେ ମାଓ ପୋଷ୍ଟର, ଭୋଟ ବର୍ଜନ କରିବାକୁ ଆହ୍ବାନ

କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅନ୍ତର୍ଗତ ରଡିଗୁମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ଗତକାଲି କନ୍ଧମାଳ ସାଂସଦ ରଡିଗୁମାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବା ପାଇଁ ପୋଷ୍ଟରେ ଉଲ୍ଲେଖ ରହିଛି ।

ଦୁର୍ନୀତି ଓ ବେରୋଜଗାରି ବୃଦ୍ଧିକୁ ବିରୋଧ କରିବା ନେଇ ଲେଖାଯାଇଛି । ଏଥିସହ ହଙ୍ଗଲ ଜମି ବିରୁଦ୍ଧରେ ପେସା କାନୁନ କରିବା ଆବଶ୍ୟକତା ବୋଲି ସେଥିରେ ଉଲ୍ଲେଖ ହୋଇଛି l ବ୍ୟାନରରେ ସିପିଆଇ ମାଓବାଦୀ ଏବଂ ବାଘୁନା ଡିଭିଜନ ବୋଲି ଉଲ୍ଲେଖ କରାଯାଇଛି । ତେବେ ସ୍କୁଲରେ ମାଓ ବ୍ୟାନର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ, ଗତକାଲି ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଡିଜି ସୁନୀଲ ବଂଶଲ କନ୍ଧମାଳ ଆସି ମାଓ ସମୀକ୍ଷା ବୈଠକ କରିଥିଲେ।

Mao Posters: କନ୍ଧମାଳ-କଳାହାଣ୍ଡିରେ ମାଓ ପୋଷ୍ଟର, ଭୋଟ ବର୍ଜନ ପାଇଁ ଆହ୍ବାନ

ଅନ୍ୟପଟେ କଳାହାଣ୍ଡିରେ ମଧ୍ୟ ଭୋଟ ବର୍ଜନ ଆହ୍ବାନ ଦେଇ ପୋଷ୍ଟର ଲଗାଇଛି ଲାଲ ବାହିନୀ ସଂଗଠନ । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁର ଗଛ,କାନ୍ଥ ସହ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସ୍ବାଧୀନତାର ୭୫ ବର୍ଷ ପରେ ବି ସରକାର କ'ଣ ଦେଇଛି ବୋଲି ପ୍ରଶ୍ନ କରିବା ସହ ଗରିବ ଏବଂ ବେକାରୀ ସମସ୍ୟା ଦେଶରେ ବୃଦ୍ଧି ପାଉଥିବା ଯୋଗୁଁ ନିର୍ବାଚନକୁ ବର୍ଜନ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି। ଟିସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟରଟି ଜାରି କରାଯାଇଥିବା ଉଲ୍ଲେଖ ରହିଛି। ତେବେ ପୋଷ୍ଟର ସତ୍ୟତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

କନ୍ଧମାଳରୁ ସଞ୍ଜୟ ପାତ୍ର ଓ କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Feb 12, 2022, 1:15 PM IST

ABOUT THE AUTHOR

...view details