ଓଡିଶା

odisha

ETV Bharat / state

କନ୍ଧମାଳରେ ଆଦିବାସୀ ମେଳି, ସରକାରଙ୍କୁ କଲେ ତିରସ୍କାର - କୁଇ ସମାଜ ସମନ୍ୱୟ ସମିତି

କନ୍ଧମାଳ କୁଇ ସମାଜ ସମନ୍ୱୟ ସମିତି ପକ୍ଷରୁ ଆଦିବାସୀ ମେଳି ହୋଇଛି । ସରକାରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆଦିବାସୀଙ୍କ ଗର୍ଜନ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Nov 20, 2019, 8:35 PM IST

ଫୁଲବାଣୀ: କନ୍ଧମାଳ କୁଇ ସମାଜ ସମନ୍ୱୟ ସମିତି ପକ୍ଷରୁ ଆଦିବାସୀମାନେ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି । କୁଇ ସମାଜର ପ୍ରତିଷ୍ଠା ଦିବସ ଅବସରରେ ଫୁଲବାଣୀରେ ଆଦିବାସୀ ମେଳି ହୋଇଛି । ସହର ସାରା ଶହ ଶହ ଆଦିବାସୀ ଏକତ୍ରିତ ହୋଇ ଜମି ଜାତି ହଡପକାରୀଙ୍କୁ ଦଣ୍ଡ ଦେବାକୁ ପୁଣି ଦାବି କରିଛନ୍ତି । ସରକାରଙ୍କୁ ତିରସ୍କାର ମଧ୍ୟ କରିଛନ୍ତି ଆଦିବାସୀମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କଲେଜ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସିଥିଲେ । ଜମି ଜାତି ହଡପକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ ଏହି ଆଦିବାସୀମାନେ । ଏହାସହ ଆଦିବାସୀଙ୍କୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଗର୍ଜନ କରିଥିବା ଦେଖିବାକୁ ମିଳିଛି । ପରେ କରୋନେସନ ପଡ଼ିଆରେ ଅନୁଷ୍ଠିତ ମେଳିରେ ଆଦିବାସୀଙ୍କ ପକ୍ଷରୁ ସରକାରଙ୍କୁ ନିନ୍ଦା କରାଯାଇଥିଲା । ଗତ ବାର ବର୍ଷ ଧରି 34 ଦଫା ଦାବି ପାଇଁ ରାଜ୍ୟ ସରକାରଙ୍କୁ ନେହୁରା ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ବକ୍ତା କହିଛନ୍ତି ।

କନ୍ଧମାଳ ସହିତ ବୌଦ୍ଧ, କଳାହାଣ୍ଡି ଓ ନୟାଗଡ ଜିଲ୍ଲାରୁ ଆଦିବାଦୀ ନେତା ସମାବେଶରେ ଯୋଗ ଦେଇଥିଲେ । ସଭା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସହରରେ 5 ପ୍ଲାଟୁନ ଫୋର୍ସ ମୂତୟନ ହୋଇଥିଲେ ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details