ଓଡିଶା

odisha

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ

By

Published : Jul 14, 2022, 10:33 PM IST

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ । ଅଧିକ ପଢନ୍ତୁ

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି
ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଆଇ ପାଖ ଜଙ୍ଗଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ସଠିକ ତଦନ୍ତ କରାଯାଉ ନାହିଁ । ଛାତ୍ରୀ କବିତା କହଁରଙ୍କୁ ହତ୍ୟା କରାଯାଇଛି । ଘଟଣାକୁ ଏକ ମାସ ପୁରିବାକୁ ଯାଉଛି । ପୋଲିସ ପ୍ରସାଶନର ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ଆଣିଛି ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି) ।

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଏହି ଘଟଣାରେ ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଉ ବୋଲି ଗୁରୁବାର ଫୁଲବାଣୀ ପ୍ରେସ କ୍ଲବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି) କର୍ମକର୍ତ୍ତା ଦାବୀ କରିଛନ୍ତି । ସେମାନେ ଆହୁରୀ କହିଛନ୍ତି ଏହି ଘଟଣାରେ ଆହୁରୀ କିଛି ଯୁବକ ସାମିଲ ଅଛନ୍ତି । କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି । ଆଗାମୀ ୭ ଦିନ ଭିତରେ ଯଦି ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆ ନଯାଏ ତାହାଲେ ଏବିଭିପି ପକ୍ଷରୁ ଆନ୍ଦୋଳନ ସହିତ ଏସ୍‌ପି ଅଫିସ ଘେରାଉ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ବିଭାଗ ଏସଏଫଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ, ଜନଜାତି ଛାତ୍ରୀ ପ୍ରମୁଖ ଜ୍ୟୋତି ରାଣୀ କହଁର, ଫୁଲବାଣୀ ନଗର ସମ୍ପାଦକ ଅମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details