ଫୁଲବାଣୀ: ଡିସେମ୍ବର 1ରୁ ପୁଣି ଥରେ ନୂଆ ମୋଟରଯାନ ଆଇନ କଡାକଡି କରାଯାଇଛି । 3 ମାସ କୋହଳ ପରେ ଲୋକଙ୍କ ମନରେ ଟ୍ରାଫିକ ନିୟମକୁ ନେଇ ପରିବର୍ତ୍ତନ ଓ ସଚେତନତା ଦେଖାଯାଇନାହିଁ । ତେବେ ଲୋକଙ୍କୁ ଏନେଇ ସଚେତନ କରିବାକୁ ଅଭିନବ ଉପାୟ ଆପଣାଇଛନ୍ତି ସ୍କୁଲ ପିଲା । ଫୁଲବାଣୀ ଗୋପବନ୍ଧୁ ଛକରେ ଲୋକଙ୍କୁ ମୃତ୍ୟୁର ଦେବତା ବେଶରେ ସ୍କୁଲ ଛାତ୍ରମାନେ ସଚେତନ କରିଛନ୍ତି ।
ଫୁଲବାଣୀ ପବ୍ଲିକ ସ୍କୁଲର ପିଲାମାନେ ଯମରାଜ ବେଶରେ ସହରର ମୁଖ୍ୟ ଛକରେ ଲୋକଙ୍କୁ ସଚେତନ କରିଛନ୍ତି । ନିୟମ ଅମାନ୍ୟକାରୀଙ୍କୁ ଗଦାରେ ମାରି ମୃତ୍ୟୁର ଭୟ ଦେଖାଇ ନେଇଯିବି ବୋଲି ତାଗିଦ କରୁଥିବା ଦେଖିବାକୁ ମିଳିଛି । ଆଉ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି । ଟାଉନ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ଓ କର୍ମଚାରୀ ଛାତ୍ରଛାତ୍ରୀଙ୍କ ଏହି ନିଆରା ଅଭିଯାନରେ ସାମିଲ ହୋଇଥିଲେ ।